Img 20240310 Wa0205

ରାଜୀବ କଲୋନୀରେ ପରିଚୟ ଗୃହ ଉଦଘାଟିତ

State

ବାରିପଦା: ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୧ ନଂ ୱାର୍ଡ ସ୍ଥିତ ବେଲଗଡ଼ିଆର ରାଜୀବ କଲୋନୀରେ ବାରିପଦା ପୌରପାଳିକା ତରଫରୁ ପରିଚୟ ଗୃହ ଉଦଘାଟିତ ହୋଇଯାଇଛି I ସ୍ଥାନୀୟ କାଉନସିଲର ସୁକେଶିନୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଏହି ଗୃହର ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଉପନଗରପାଳ ସୀମା ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମଧୁସ୍ମିତା ସାମନ୍ତରାୟ, ଯନ୍ତ୍ରୀ ସଚ୍ଚିଦାନନ୍ଦ ଶତପଥୀ, ସହକାରୀ ଯନ୍ତ୍ରୀ ମନମୋହନ ମହାପାତ୍ର, ପୂର୍ବତ୍ତନ କାଉନସିଲର ନିରୋଜ ସାହୁ, ପ୍ରଦୋଷ ଦାସ, ୱାର୍ଡ ସଭାପତି କ୍ଷୀରୋଦ ଭୂୟାଁ, ଏସ ଡ଼ି ଏ ସଭାପତି ରୀନା ଭଞ୍ଜଦେଓ ସମେତ ଶିବ ମାଝୀ, ପ୍ରକାଶ ବେହେରା, ଶିବ ସୁନ୍ଦର ବେହେରା, ଜ୍ୟୋତ୍ସ୍ନା ରାଣୀ ବେହେରା, ନିରୁପମା ବେହେରା, ଭଗବତୀ ଭୂୟାଁ, ସଂଯୁକ୍ତା ଭୁଜବଳ, ସୋନାଲି ବିବି, ଅମୀନା ବିବି, ଦମୟନ୍ତୀ ବେହେରା, ସଞ୍ଚିତା ଭୁଜବଳ ତଥା ସମାଜସେବୀ ଅମର ସେଠି, ଦୀପକ ମିଶ୍ର ଓ ଶତାଧିକ ମହିଳା ଉପସ୍ଥିତ ଥିଲେ I

ପ୍ରକାଶ ଥାଉକି ଏହି ପରିଚୟ ଗୃହରେ ସ୍ଥାୟୀ ବାସିନ୍ଦା ନିଜ ଅଂଚଳର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆଲୋଚନା କରିବା ସହ ଅବସର ସମୟରେ ଚିତ୍ତବିନୋଦନ କାର୍ଯ୍ୟକ୍ରମ ମଧ୍ୟ କରିପାରିବେ ବୋଲି କାଉନସିଲର ଶ୍ରୀମତୀ ସେଠି ଜଣାଇଛନ୍ତି I ଏହି ପଦକ୍ଷେପ ପାଇଁ ୱାର୍ଡବାସୀ କାଉନସିଲରଙ୍କୁ ପ୍ରଶଂସା କରିଛନ୍ତି I