Onn 3

ବିଲରେ ଦଳିଦେଲା ଦନ୍ତା, ୨ ମୃତ

State

 

elephant-1

ଟାଙ୍ଗୀ: ଦଳିଦେଲା ଦନ୍ତା । ୨ ମୃତ । କଟକ ଜିଲ୍ଲା ଟାଙ୍ଗୀ ଥାନା ପରୀରଡ ପଞ୍ଚାୟତ ସିଦ୍ଧେଶ୍ବର ମନ୍ଦିର ନିକଟ ବିଲରେ ଅଭାବନୀୟ ଘଟଣା । ଦୁଇ ମୃତକ ପାରି ଓରଡ ଜରିଟାପୁ ଗାଁର କୃଷ୍ଣ ପ୍ରଧାନ ଓ ପରୀରଡ ଗାଁର ଲକ୍ଷ୍ମୀଧର ବେହେରା ।

ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ବିଲକୁ ଯାଉଥିବା ବେଳେ ହାତୀ ଦଳି ଦେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦୁଇଟି ମୃତଦେହ ପଡି ରହିଛି । ଟାଙ୍ଗୀ ବନ ବିଭାଗ ନିକଟରେ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ ।