Gggg

କଂଗ୍ରେସ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

State

ବାରିପଦା: ଆଜି ରାଜ୍ୟ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ନିର୍ଦେଶକ୍ରମେ ଅନ୍ତର୍ଜାତୀୟ ମହିଳା ଦିବସ ମୟୁରଭଞ୍ଜ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଆଇନଜୀବୀ ଶ୍ରୀମତୀ ସୁଶ୍ମିତା ଘୋଷାଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।ସାଂସ୍କୃତିକ,ରାଜନୈତିକ ଏବଂ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ମହିଳାଙ୍କ ସ୍ମୃତିକୁ ଉଚ୍ଚାରଣ କରାଯାଇଥିଲା।ଦମନ,ଅତ୍ୟାଚାର,ସଂଘର୍ଷ, ଓ ଯନ୍ତ୍ରଣାରୁ ମୁକ୍ତି ନିମନ୍ତେ ଶହ ଶହ ବର୍ଷଧରି ମହିଳାମାନେ ଯେଉଁ ନିରନ୍ତର ସଂଗ୍ରାମ ଜାରି ରଖିଛନ୍ତି ସେ ବିଷୟରେ ଆଲୋଚନା କରାଯାଇଥିଲା।
ସମାଜର ବିଭିନ୍ନ କ୍ଷେତ୍ରରେ ଆମ ଜିଲ୍ଲାରେ ଆଜି “ନାରୀ ନ୍ୟାୟ ସମ୍ମାନ ସମାରୋହ” କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ନିମ୍ନ ପ୍ରଦତ୍ତ ମହିଳାମାନଙ୍କୁ ଉତ୍ତରୀୟ ,ପୁଷ୍ପଗୁଚ୍ଛ,ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ପୂର୍ବତନ ସିଡବ୍ଲୁସି ସଦସ୍ୟ ପୂର୍ବତନ ଏମପି ସୁଶ୍ରୀ ସୁଶୀଳା ତିରିଆ,ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସରସ୍ୱତୀ ହେମ୍ବ୍ରମ,ଆଇନଜୀବୀ ପାର୍ବତୀ ବାରିକ,ଡାକ୍ତର ପ୍ରସନ୍ନା କୁମାରୀ ଦାସ,ଶିକ୍ଷାବିତ ଶ୍ରୀମତୀ ରେଣୁକା ଦାସ,ସମାଜସେବୀ ଶ୍ରୀମତୀ ପ୍ରଣତି ଦାଶ, ସମାଜସେବୀ ପ୍ରଭାତୀ ମହାପାତ୍ର ,ସମାଜସେବୀ ବାସନ୍ତୀ ସାହୁ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମହିଳା କଂଗ୍ରେସ ତରଫରୁ ସୁନନ୍ଦା ସାହୁ,ଇନ୍ଦୁମଣି ନାୟକ,ରଶନା ବେଗମ,ମଧୁସ୍ମିତା ବାଗ, ଫରିଦା ତବସୁମ,ସରସ୍ୱତୀ ମାରାଣ୍ଡି,ଶୁଭ୍ରା ପଣ୍ଡା,ଜଲିସ୍ମିତା ଲେଙ୍କା, ଶୈଳବାଳା ମହାପାତ୍ର, ଚାବିରାଣୀ ମହାପାତ୍ର,ପ୍ରମୁଖ ଶତାଧିକ ମହିଳା କର୍ମୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।