Onn 3

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ନୋରା ଫତେହି

National & International

ନୂଆଦିଲ୍ଲୀ: ମୋରୋକୋରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଉତ୍ତର ଆଫ୍ରିକା ଏବଂ ମୋରୋକୋରେ ଘଟିଥିବା ସବୁଠାରୁ ବଡ ଭୂକମ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସମବେଦନା ଜଣାଇଛନ୍ତି ଏବଂ ଏଥିପାଇଁ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋରୋକୋ ବର୍ତ୍ତମାନ ଭୂକମ୍ପରେ ପୀଡିତ । ମୋରୋକୋରେ ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା ​​ଯାହା ଚାରିଆଡେ ବିନାଶ ଘଟାଇଥିଲା ।

ମୋରୋକୋ ମୂଳ ଅଭିନେତ୍ରୀ ନୋରା ଫତେହି ମଧ୍ୟ ତାଙ୍କ ଦେଶର ଅବସ୍ଥାକୁ ନେଇ ଭାବପ୍ରବଣ ହୋଇପଡିଛନ୍ତି। ସେ କ୍ରମାଗତ ଭାବେ ସୋସିଆଲ ମିଡିଆରେ ହେଲ୍ପଲାଇନ ନମ୍ବରକୁ ରିସେୟାର କରୁଛନ୍ତି । ଏନେଇ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟ୍ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେପ୍ଟେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ମୋରୋକୋରେ ହୋଇଥିବା ଭୂକମ୍ପରେ ସେ ଦେଖି ଦୁଃଖିତ । ସେ ଆହୁରି କହିଛନ୍ତି ଯେ ଏଭଳି ଦୁଃଖଦ ସମୟରେ ମୋରୋକୋ ଲୋକଙ୍କ ସହିତ ମୋର ସହାନୁଭୁତି ରହିଛି ଏବଂ ଏହି କଠିନ ସମୟରେ ମୋରୋକୋକୁ ଭାରତ ତରଫରୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ସହଯୋଗ କରାଯିବ ବୋଲି ଆଶ୍ୱସନା ଦେଇଥିଲେ ।

ଏନେଇ ଦିଲବର୍ ଗର୍ଲ ନୋରା ଫତେହି ତାଙ୍କ ଇନଷ୍ଟା ଷ୍ଟୋରିରେ ତାଙ୍କର ଏହି ଟ୍ୱିଟ୍ ସେୟାର କରିଛନ୍ତି। ଏଥି ସହିତ ସେ ଲେଖିଛନ୍ତି ଯେ, ‘‘ଏହି ବଡ଼ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ। ଆପଣ ସଚେତନତା ସୃଷ୍ଟି କରିବା ଏବଂ ସାହାଯ୍ୟର ହାତ ବଢ଼ାଇବାରେ ପ୍ରଥମ ଦେଶମାନଙ୍କ ମଧ୍ୟରୁ ଜଣେ । ମୋରୋକୋ ଲୋକମାନେ ଆପଣଙ୍କ ନିକଟରେ କୃତଜ୍ଞ । ଜୟ ହିନ୍ଦ! ”   ଶନିବାର ରାତିରେ ମୋରୋକୋ ସହର ମାରକେଶରେ ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ହୋଇଛି। ଏହି ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅତି କମରେ ୨୧୨୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪୦୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ରବିବାର ଦିନ ସମାନ ଅଞ୍ଚଳରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୫ ମ୍ୟାଗ୍ନିଚ୍ୟୁଡ୍ ରହିଥିଲା ।