ନିଶ୍ଚିନ୍ତକୋଇଲି : କଟରପଡ଼ା ପଞ୍ଚାୟତ ସ୍ଥିତ ପିଠାପଡ଼ା ଠାରେ ଥିବା ମହାପୁରୁଷ ଅଚ୍ୟୁତାନନ୍ଦ ସଂସ୍କୃତି ମହାବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ସମୃଦ୍ଧ ଓଡ଼ିଆଭାଷା ଓ ଜଗନ୍ନାଥ ସଂସ୍କୃତି ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏହି ପାଠ୍ୟଚକ୍ରକୁ ଅଧ୍ୟାପକ ପ୍ରମୋଦ କୁମାର ଦାସ ଉଦଘାଟନ କରିଥିଲେ । ଏଥ୍ôରେ ମୁଖ୍ୟଅତିଥି ଭାବେ କଲେଜ ପ୍ରତିଷ୍ଠାତା ସୋମନାଥ ସ୍ୱାଇଁ,ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ରମାନାଥ ସାହୁ ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷା,ସାହିତ୍ୟ,ସଂସ୍କୃତି ଓ ପରମ୍ପରା କୁ ସାମାଜିକ ସ୍ତରରେ ସମୃଦ୍ଧି କରିବାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଛାତ୍ର ଶାରଦାପ୍ରସନ୍ନ ପଣ୍ଡା,ଆଦିତ୍ୟରଂଜନ ଶତପଥୀ,ସୌମ୍ୟରଂଜନ ଭୂୟାଁ ସ୍ୱରଚିତ ସନ୍ଧର୍ଭ ପାଠ କରିଥିଲେ । ଅଧ୍ୟାପିକା ଅଞ୍ଜୁଶ୍ରୀ ଖଣ୍ଡାଇ,ଅଧ୍ୟାପିକା ସ୍ୱର୍ଣ୍ଣପ୍ରଭା ଜେନା,ଅଧ୍ୟାପକ ସୁଜନ ବେହେରା,ଅଧ୍ୟାପକ ଆଶିଷ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପିକା ଡ଼ଃ ପ୍ରତିଚୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।