Shg Mahilanku Sudha Ferasta Karjyakrama Mla Kale Subharambha

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ କାର୍ଯ୍ୟକ୍ରମ; ୧୪୯୫ ଗୋଷ୍ଠୀଙ୍କୁ ୮୦ ଲକ୍ଷ ସୁଧ ଟଙ୍କା ଫେରସ୍ତ କରାଗଲା

State

ନିଶ୍ଚିନ୍ତକୋଇଲି :ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ମହିଳାମାନଙ୍କୁ ସଶକ୍ତ କରି ଏକ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ବିନା ସୁଧରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଏବଂ ପୂର୍ବରୁ ଋଣକରି ଯେଉଁ ଗୋଷ୍ଠୀ ବ୍ୟାଙ୍କକୁ ସୁଧ ଦେଇଥିଲେ । ସେହି ଅର୍ଥ କୁ ଫେରସ୍ତ କରାଯିବା କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଛି । ଏହି ପରୀପ୍ରେକ୍ଷୀରେ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ସୁଧ ଫେରସ୍ତ କାର୍ଯ୍ୟକ୍ରମକୁ ବିଧାୟକ ପ୍ରତାପ ଜେନା ଶୁଭାରମ୍ଭ କରିଛନ୍ତି । ସଡ଼ିପିଓ ସତ୍ୟଭାମା ବିଶୋଇଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଶକ୍ତ ମହିଳା ଓ ଶସକ୍ତ ଓଡ଼ିଶା ଗଠନ ପାଇଁ ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ସଂକ୍ରାନ୍ତରେ ଆଲୋଚନା କରିବା ସହିତ ଏହି ବ୍ଲକରେ ବ୍ୟାଙ୍କରୁ ଋଣ ନେଇ ସୁଧ ପୈଠ କରିଥିବା ୧୪୯୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୭୯ଲକ୍ଷ ଏକ ହଜାର ଷାଠିଏ ଟଙ୍କା ସୁଧ ଫେରସ୍ତ ଯୋଜନାରେ ଅର୍ଥ ପ୍ରଦାନ କରାଯିବାକୁ ପ୍ରକାଶ କରିଥିଲେ ।

ଏଥ୍‌ôରେ ବିଡ଼ିଓ ଧର୍ମରଂଜନ ପଣ୍ଡା,ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ଯୁବନେତା ମନୋଜ ସେଠୀ,ଜ୍ୟୋତିପ୍ରକାଶ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ, ସଭ୍ୟ ଭୂପତିଭୂଷଣ ଷଣ୍ଢ, ବିପ୍ଲବ କାପ, ସହକାରୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର,ବ୍ଲକ ମହିଳା ମହାସଂଘର ସଭାନେତ୍ରୀ କନକଲତା ଭୂୟାଁ,ସମ୍ପାଦିକା ସତ୍ୟଭାମା ନାୟକ ପ୍ରମୁଖ ଯୋଗ ଦେଇଥିଲେ । ମିଶନ ଶକ୍ତି ବ୍ଳକ ଯୋଗାଣ ଅଧିକାରୀ ତନୁଜା ସାହୁଙ୍କ ସଂଯୋଜନାରେ ବିପିସି ଜ୍ୟୋତିପ୍ରକାଶ ସାହୁ, ବିପିଏ ଦୀପାଞ୍ଜଳି ସାହୁ, ସୁପରଭାଇଜର ଅଂଜୁଲତା ପରିଜାଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।