Laxmi Bus Udghatana 2

ନିଶ୍ଚିନ୍ତକୋଇଲିରେ ଲକ୍ଷ୍ମୀ ଯୋଜନାରେ ଗଡ଼ିଲା ୨ଟି ବସ୍ ; ବିଧାୟକ କଲେ ଶୁଭାରମ୍ଭ

State

ନିଶ୍ଚିନ୍ତକୋଇଲି : ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଯାତାୟତ ପାଇଁ ଯୋଗାଇ ଦିଆଯାଇଥିବା ବସ ସେବା ନିଶ୍ଚିନ୍ତକୋଇଲି ବ୍ଳକରେ ଶୁଭାରମ୍ଭ ହୋଇଛି । ମାହାଙ୍ଗା ବିଧାୟକ ପ୍ରତାପ ଜେନା ପତାକା ଦେଖାଇ ଦୁଇଟି ବସକୁ ବିଭିନ୍ନ ପଞ୍ଚାୟତକୁ ଯିବା ପାଇଁ ଶୁଭ ଉଦଘାଟନ କରିଛନ୍ତି । ଶୁଭାରମ୍ଭ ହୋଇଥିବା ୨ଟି ବସ ମଧ୍ୟରୁ ଗୋଟିଏ ବସ ତରତ ପଞ୍ଚାୟତରୁ ବାହାରି ଜମରା, କେରିଲୋ, ଓରତି, ନରେନ୍ଦ୍ରପୁର, ଦାଉଦପୁର, ଝାଡ଼େଶ୍ୱରପୁର ,ନଗସପୁର, ନେମାଳ, ତିଳକଣା, ବୁହାଳୋ ପଞ୍ଚାୟତ ଦେଇ ବ୍ଲକ କାର୍ଯ୍ୟାଳୟକୁ ଯିବ । ସେହିପରି ଅନ୍ୟ ବସଟି ମହମ୍ମଦପୁର ପଞ୍ଚାୟତରୁ ବାହାରି ମଣିଜଙ୍ଗ, ଉତ୍ତରକୂଳ, ବାବୁଜଙ୍ଗ, ପାଳଦା, ବନ୍ଧୁପୁର, ସାନ୍ତପୁର, ନେମାଳ, ତିଳକଣା, ବୁହାଳ ଦେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବ ବୋଲି ରାସ୍ତା ନିରୁପଣ କରାଯାଇଥିବା ଲକ୍ଷ୍ମୀ ବସର ସୁପର ଭାଇଜର ବାଗ୍ମିତା ପଣ୍ଡା ପ୍ରକାଶ କରିଛନ୍ତି । ଏହି ବସ ସେବା ଉଦଘାଟନ ଉତ୍ସବରେ ବିଡ଼ିଓ ଧର୍ମରଂଜନ ପଣ୍ଡା,ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ,ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ, ସଭ୍ୟ ଭୂପତିଭୂଷଣ ଷଣ୍ଢ, ବିପ୍ଲବ କାପ, ଜ୍ୟୋତିପ୍ରକାଶ ସ୍ୱାଇଁ, ପ୍ରମୋଦ ସ୍ୱାଇଁଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଯୋଗ ଦେଇଥିଲେ ।