Onn 3

ରାମଚନ୍ଦ୍ରପୁର ପଂଚାୟତରେ ଜଗନ୍ନାଥ ମନ୍ଦିର ପରିକ୍ରମା ଉତ୍ସବର ସିଧାପ୍ରସାରଣ

State

ଆଗରପଡ଼ା:ପୁରୀ ସ୍ଥିତ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ଶ୍ରୀମନ୍ଦିର ପରିକ୍ରମା ଉତ୍ସବର ସିଧାପ୍ରସାରଣ ଉତ୍ସବ ବନ୍ତ ବ୍ଳକ ରାମଚନ୍ଦ୍ରପୁର ପଂଚାୟତରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ଅନୁଷ୍ଟିତ ହେଉଥିବା ସମସ୍ତ କାର୍ଯ୍ୟକ୍ର ର ସିଧାପ୍ରସାଣ କୁ ଏଲଇଡ଼ି (ଟିଭି ) ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା ।ଏହାକୁ ଦେଖିବା ପାଇଁ ପଂଚାୟତର ବିଭିନ୍ନ ୱାର୍ଡ଼ରୁ ଶତାଧିକ ମହିଳା ମାନେ ଉପସ୍ଥିତ ରହି ଏହାକୁ ଦର୍ଶନ କରିଥିଲେ ।

ଏହି ଅବସରରେ ମଧ୍ୟ ଉକ୍ତ ସ୍ଥାନରେ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ସରପଂଚ ପ୍ରୀୟଙ୍କା ପ୍ରୀୟଦର୍ଶନୀ ଦାସ, ପ୍ରାକ୍ତନ ସରପଂଚ ପୂର୍ଣର୍ଚନ୍ଦ୍ର ରାଉତ,ସମିତିସଭ୍ୟା ଚପଳା ଯେନା ,ଏସଏଚଜି ସଂଘର କର୍ମକର୍ତ୍ତା ଜ୍ୟୋତିମୟୀ ଶଙ୍ଖୁଆ,ଅନସୁୁୟା ଶଙ୍ଖୁଆ ,ଅନ୍ନପୂର୍ଣ୍ଣା ଜେନାଙ୍କସହ ପଂଚାୟତର ଜିଆଏସ ହରିହର ପୂର୍ତି,ରଂଜିତ ନାୟକ,ନରେନ୍ଦ୍ର ରାଉତ, ଗଣେଶ ବିଶ୍ୱାଳ,ଦେବବ୍ରତ ସାମଲ,ନାରଣ ମହାନ୍ତି,ସୂର୍ଯ୍ୟମଣୀ ରାଉଳ ଙ୍କ ସହ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।