Onn 3

ବ୍ୟାସକବି ଫକିରମୋହନଙ୍କ ଜୟନ୍ତୀ

State

ଆଗରପଡ଼ା :ଓଡ଼ିଆ ଭାଷା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ବ୍ୟାସକବି ଫକିରମୋହନ ସେନାପତି ଙ୍କ ଜୟନ୍ତୀ ଉତ୍ସବ ନିମାପଡ଼ା ଛକସ୍ଥିତ ଜିଜ୍ଞାସା ପାଠାଗର ପକ୍ଷରୁ ପାଳିତହୋଇଛି । ଏହି ମହାନ୍ ବରପୁତ୍ର ଙ୍କ ଫଟୋଚିତ୍ରରେ ଭକ୍ତିପୂତ୍ତ ମାଲ୍ୟାର୍ପଣ କରାଯିବାପରେ ତାଙ୍କ ଆତ୍ମାର ସଦ୍ଗତି ପାଇଁ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ସାମ୍ବାଦିକ ଜ୍ଞାନଦା କରଶର୍ମା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ଉତ୍ସୋବରେ ଶିକ୍ଷକ ସୁଭେନ୍ଦୁ ବିଶ୍ୱାଳ ,ରବିନ୍ଦ୍ର ରାଊତ ,କଲ୍ୟାଣ କୁମାର ରାଉତରାୟ,ପୂର୍ଣ୍ଣଚନ୍ଦ୍ର ବାରିକ ପ୍ରମୁଖଙ୍କ ସହ ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ ଯୋଗଦେଇ ତାଙ୍କପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲୋ ।