Onn 3

ରାସ୍ତାର ମୁଖ୍ୟ ସ୍ଥାନରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ଦାବି

State

ଆଗରପଡ଼ା :୫୩ନଂ ଭଦ୍ରକ – ଆନନ୍ଦପୁର ରାଜପଥର ବନ୍ତ ରୁ ଭଦ୍ରକ ଓ ବନ୍ତରୁ କେନ୍ଦୁଆପଦା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ମୁଖ୍ୟ ସ୍ଥାନ ମାନଙ୍କରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଦାବି ହେଉଛି । ଅପେକ୍ଷାରତ ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବାକୁ ନାନା ସମସ୍ୟାରେ ସମ୍ମୁଖିନ ହେଉଛନ୍ତି । ଉକ୍ତ ରାସ୍ତାର ମୁଖ୍ୟ ସ୍ଥାନ ମାନଙ୍କରେ ନିର୍ମାଣ ହୋଇଥିବା ବିଶ୍ରାମ ଗୃହ ମରାମତି ଅଭାବରୁ ଏବେ ଭୂତକୋଟି ପାଲଟିଛି । ଆଉ ମାତ୍ର କିଛି ଦିନପରେ ଗ୍ରୀଷ୍ମ ଋତୁର ଆଗମନ ଥିବାରୁ ନଷ୍ଟ ହେବାକୁ ବସିଥିବା ବିଶ୍ରାମ ଗୃହର ମରାମତି ସହ ଆବଶ୍ୟକ ସ୍ଥାନରେ ଗୃହ ନିର୍ମାଣ ପାଇଁ ଦାବି ହେଉଛି । ବିଭିନ୍ନ ଗ୍ରାମରୁ ଯାତ୍ରୀମାନେ ମୁଖ୍ୟ ରାସ୍ତାକୁ ଆସି ନିଜ ନିଜର ଗନ୍ତବ୍ୟ ସ୍ଥାନକୁ ବସ୍ ,ଟ୍ରେକର ରେ ଯିବା ଆସିବା ପାଇଁ ଛକ ସ୍ଥାନ ମାନଙ୍କରେ ବିଶ୍ରାମ ଗୃହ ନଥିବାରୁ ବର୍ଷା,ଖରା,ଶୀତ,କାକର ରେ ଘଂଟା ଘଂଟା ଠିଆ ହେବାକୁ ପଡ଼ିଥିବାର ପ୍ରକାଶ କରନ୍ତି । ଫଳରେ ଭଦ୍ରକ, ରାନ୍ଦିଆ, ଫିସରିରୋଡ଼,ମୁଣ୍ଡିମରା, ବରପଦା, ଗଣିଜାଙ୍ଗ,ପଳସା,ଆମ୍ବଗଢ଼ିଆ, ଟିଲୋ, ବନ୍ତ ସହ ବନ୍ତରୁ ଯାଇଥିବା କେନ୍ଦୁଆପଦା ରାସ୍ତାର କେନ୍ଦୁଆପଦା ଛକ, ପଧାନପଡ଼ା,ନିଳୋକ,ଶିଆଳିଆ,ସେଣ୍ଢତିରା,ଗୋବିନ୍ଦପୁର,ଗଣ୍ଡଗୋରା,କେନ୍ଦୁଆପଦା,ତୋଡ଼ଗାଁ ଆଦି ସ୍ଥାନ ମାନରେ ଏହି ଗୃହ ନିର୍ମାଣ ର ଆବଶ୍ୟକ ହୋଇଛି । ପ୍ରତିଦିନ ସକାଳୁ ରାତ୍ରଯାଏ ବିଭିନ୍ନ ସ୍ଥାନକୁ ଯିବାକୁ ଶହ ଶହ ସଂଖ୍ୟାରେ ଯାତ୍ରୀମାନେ ଭଦ୍ରକରୁ ବନ୍ତ – ଆନନ୍ଦପୁର ଓ ବନ୍ତ ରୁ କେନ୍ଦୁଆପଦା -ଭଦ୍ରକ କୁ ଯିବା ପାଇଁ ରାସ୍ତା ପାଖରେ ଠିଆ ହୋଇଥିବାର ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ଉକ୍ତ ରାସ୍ତାର କେତେକ ସ୍ଥାନରେ ନିର୍ମାଣ ଥିବା ବିଶ୍ରାମ ଗୃହ ଗୁଡ଼ିକ ମରାମତି ଅଭାବରୁ ନଷ୍ଟ ହେବାକୁ ବସିଛି ।

ଏହାକୁ ଗରୁତ୍ୱ ଦେଇ କେତେକ ସ୍ଥାନରେ ବିଶ୍ରାମ ଗୃହ ନିର୍ମାଣ ପାଇଁ ବର୍ଷବର୍ଷ ଶୁଭ ଦିଆଯାଇଥିଲେ ମଧ୍ୟ ଉକ୍ତ ଗୃହର ନିର୍ମାଣ ହୋଇନି ବୋଲି ଅଭିଯୋଗ ହେଉଛି । ଭଦ୍ରକ- ଆନନ୍ଦପୁର ରାସ୍ତାର ବନ୍ତ ଠାରେ କିଛି ବର୍ଷ ହେବ ବିଶ୍ରମ ଗୃହ ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନି କି ,ବନ୍ତରେ ବସ୍ ଷ୍ଟାଣ୍ଡ ନିର୍ମାଣ ହୋଇପାରିନି । ଫଳରେ ବିଭିନ୍ନ ସ୍ଥାନକୁ ଯାତାୟତ ପାଇଁ ଅପେକ୍ଷାରତ ଯାତ୍ରୀ ମାନେ ଘଣ୍ଟାଘଣ୍ଟା ସମୟ ଧରିି ରାସ୍ତାପାର୍ଶ୍ୱରେ କିମ୍ବା କାହା ଦୋକାନରେ ପାଦ ଦେବା ଏକମାତ୍ର ସହାୟ ହୋଉଛି । ଗ୍ରୀଷ୍ଟ ଋତୁର ଆଗମନ ପୂର୍ବରୁ ବିଶ୍ରାମ ଗୃହ ନିର୍ମାଣ ସହ ଉକ୍ତ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି ।