Ewr

ଆଦିବାସୀ କୁଡମୀ ସମାଜ ପକ୍ଷରୁ ଗଣଧାରଣା

State

ବାରିପଦା: ଅଦ୍ୟ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ “ଆଦିବାସୀ କୁଡୁମୀ ସମାଜ” ତରଫରୁ ଏସ.ଟି ନାହିଁ ତ ଭୋଟ ନାହିଁ ଏହି ଡାକରାରେ ସାମୁହିକ ଗଣଧାରଣା ଦିଆଯାଇଥିଲା । ଏଥିରେ ଆଦିବାସୀ କୁଡୁମୀ ସମାଜର ଜିଲ୍ଲା ସଭାପତି ନିରଞ୍ଜନ ମହାନ୍ତଙ୍କର ଅଧ୍ୟକ୍ଷତାରେ ଓ ପରିଚାଳନାରେ ସମାହିତ ହୋଇଥିଲା । ଦଶନ୍ଧି ଦଶନ୍ଧି ଧରି ଆଜକୁ ଦୀର୍ଘ ୭୫ ବର୍ଷ ହେଲା କୁଡୁମୀ ମାନେ ଭୋଟ ଦେଇ ବିଧାୟକ ଓ ସାଂସଦ ନିର୍ବାଚିତ କରୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ଦୀର୍ଘ ଦିନର ଦାବୀ ଅନୁସୂଚୀତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ କେହି ପଦଟିଏ ତାଙ୍କ ଦଳର ନେତାଙ୍କୁ କହୁ ନାହାନ୍ତି । ଯାହା ଫଳରେ କୁଡୁମୀମାନେ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ôଚତ ହୋଇ ଅତି ଲାଞ୍ôଚତ ଓ ଅବହେଳିତ ଜୀବନ ବିତାଉଛନ୍ତି । ଯଦି ଆମ ଜନ ପ୍ରତିନିଧି ଯାହାଙ୍କୁ ଆମେ ଭୋଟ ଦେଇ ବିଧାୟକ ବା ସାଂସଦ କରିଛୁ ସିଏ ଯଦି କୁଡୁମୀ ମାନଙ୍କ ଦାବୀ ନ ଉଠାଇବେ ତାହା ହେଲେ କିଏ ଆଉ ଉଠାଇ ଥାଆନ୍ତା ? ସବଭାରେ ଉପରୋକ୍ତ କଥା ଗୁଡିକ ଜଣେ ପରେ ଜଣେ କୁଡୁମୀ ନେତାମାନେ ଭାଷଣ ମାଧ୍ୟମରେ ସରକାର ମାନଙ୍କୁ ଓ ଦଳୀୟ ନେତାମାନଙ୍କୁ ତିରସ୍କାର ଓ ଭର୍ତ୍ସନା କରିଥିଲେ ।

ଏଣୁ ସମଗ୍ର କୁଡୁମୀ ସମାଜକୁ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । କୁଡୁମୀ ଜନଜାତି ସେମାନଙ୍କୁ ଭୋଟ ଦେଇ ଯଦି ତାଙ୍କର ହକ୍ ସାମ୍ବିଧାନିକ ଅଧିକାର ପାଇବାରୁ ବଞ୍ôଚତ ହେବେ ତ କ’ଣ ପାଇଁ ଏମାନେ ଭୋଟ ଦେବେ ? ଏମାନଙ୍କର ଭୋଟର ମୂଲ୍ୟ ମାନେ ଯଦି କିଛି ରହୁ ନାହିଁ ତ ନିରୁପାୟ ଭାବେ ଦୁଃଖ ଓ କ୍ଷୋଭର ସହିତ ଭୋଟ ବର୍ଜନ କରିବା ହିଁ ଏକମାତ୍ର ନିଷ୍ପତ୍ତି । କୁଡୁମୀ ଜାତିର ଯଦି କେହି ନୁହେଁ ତ ଏ ଜାତି ବି କାହାର ହେବ ନାହିଁ । ଆୟୋଜିତ ଉକ୍ତ ସଭାରେ ସର୍ବ ସମ୍ମତିକ୍ରମେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ମୟରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ଭାରତର ମୁଖ୍ୟ ନିର୍ବାଚନ କମିଶନର, ମାନ୍ୟବର ପ୍ରଧାନ ମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଓ ମାନ୍ୟବର ମୁଖ୍ୟ ରାଜ୍ୟ ନିର୍ବାଚନ କମିଶନଙ୍କୁ ଏସଟି ନାହିଁ ତ ଭୋଟ ନାହିଁ ଦାବୀରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଅଛି । ଉକ୍ତ ସଭାରେ ସଂଗଠନର ରାଜ୍ୟ ସଭାପତି ଡକ୍ଟର ମନୋଜ କୁମାର ମହାନ୍ତ, ନିରଞ୍ଜନ ମହାନ୍ତ, ସଞ୍ଜୀବ କୁମାର ମହାନ୍ତ, କୃପାସିନ୍ଧୁ ମହାନ୍ତ, ସ୍ନେହାଶିଷ ମହାନ୍ତ, ମେଘନାଦ ମହାନ୍ତ, ପ୍ରମୋଦ କୁମାର ମହାନ୍ତ, ପରୀକ୍ଷିତ ମହାନ୍ତ, ଗଣେଶ ମହାନ୍ତ, ଭବାନୀ ମହାନ୍ତ, ଶ୍ରୀମତୀ ବାସନ୍ତୀ ମହାନ୍ତ, ସୁମିତା ମହାନ୍ତ, ନରେନ୍ଦ୍ର ନାଥ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ରବିନ୍ଦ୍ର ମହାନ୍ତ, ମହେଶ୍ୱର ମହାନ୍ତ, ଗୁରୁଚରଣ ମହାନ୍ତ, ଯଦୁପତି ମହାନ୍ତ, ହେମେନ୍ଦ୍ର ମହାନ୍ତ, ସତ୍ୟରଂଜନ ମହାନ୍ତ, ରୁନା ମହାନ୍ତ, ଭୀମଚରଣ ମହାନ୍ତ ପ୍ରମୁଖ ଙ୍କ ସମେତ ଶତାଧିକ କୁଡମୀ ସମାଜର ସଭ୍ୟ ସଭ୍ୟା ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।