Img 20240901 Wa0141

ଓଜେୟୁ ପକ୍ଷରୁ ମୟୁରଭଞ୍ଜଜିଲ୍ଲା ସାମ୍ବାଦିକ – ବୁଦ୍ଧିଜୀବୀ ସମ୍ମିଳନୀ

State

ଗଣତନ୍ତ୍ରରେ ମୁଖ୍ୟ ତିନୋଟି ସ୍ତମ୍ଭର ସଠିକ ପରିଚାଳନା ପାଇଁ ଚତୁର୍ଥ ସ୍ତମ୍ଭର ଭୂମିକା ଗୁରୁତ୍ୱପୂର୍ଣ୍ଣ

ବାରିପଦା: ଭାରତୀୟ ଗଣତନ୍ତ୍ର ରେ ମୁଖ୍ୟ ତିନୋଟି ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟ ପାଳିକା ର ସଠିକ ପରିଚାଳନା ପାଇଁ ଚତୁର୍ଥ ସ୍ତମ୍ଭ ଗଣ ମାଧ୍ୟମର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଆଜି ବାରିପଦା ଷ୍ଟାଡିୟମ ସଭାଗୃହ ଠାରେ ଓଡିଶା ସାମ୍ବାଦିକ ସଙ୍ଘ (ଓ. ଜେ. ୟୁ. ) ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ସାମ୍ବାଦିକ ବୁଦ୍ଧିଜୀବୀ ସମ୍ମି ଳନୀରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଏବଂ ମୁଖ୍ୟବକ୍ତା ଭାବରେ ପ୍ରଫେସର ଡ଼. ପୁଷ୍ପା ପାତ୍ର ଯୋଗଦେଇ କହିଛନ୍ତି. ସମ୍ମାନିତ ଅତିଥି ଭାବରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି, ସମାଜସେବୀ ମୁରାରୀ ଲାଲ ଶର୍ମା, ଓଜେୟୁ ର ରାଜ୍ୟ ସଭାପତି ଶଶୀଭୁଷଣ ପ୍ରହରାଜ, ରାଜ୍ୟ ଉପସଭାପତି ଦୀପକ କୁମାର ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ୟୋଧନ ମହାରଣା, ରାଜ୍ୟ କୋଷାଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀ ଯୋଗଦେଇ ଭାରତୀୟ ଗଣତନ୍ତ୍ରରେ ଚାରୋଟି ସ୍ତମ୍ଭର ଗୁରୁତ୍ୱଓ ସ୍ଥିତି ଶୀର୍ଷକରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ | ଜିଲ୍ଲା ସାଧାରଣ ସମ୍ପାଦକ ଅଭିଜିତ ମହାନ୍ତି ଆଲୋଚନା ଚକ୍ରରେ ସଭାପତିତ୍ୱ କରିଥିବା ବେଳେ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଡ଼ ଶ୍ୟାମସୁନ୍ଦର ଦାସ, ବରିଷ୍ଠ ସାମ୍ବାଦିକ ହରିଶଚନ୍ଦ୍ର ନନ୍ଦଗୋସ୍ୱାମୀ ପ୍ରମୁଖ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଏହାର ସମାଧାନ ପାଇଁ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ | ଏହି ଅବସର ରେ ଓଡିଶା ସାମ୍ବାଦିକ ସଙ୍ଘର ପ୍ରାକ୍ତନ ଜିଲ୍ଲା ସଭାପତି ସ୍ୱର୍ଗତଃ ସୁବାସ ମହାନ୍ତି ଙ୍କୁ ମରଣତ୍ତର ସମ୍ମାନ ସହ ହରେକୃଷ୍ଣ ତ୍ରିପାଠୀ ଙ୍କୁ ସୁବାସ ମହାନ୍ତି ସ୍ମୃତି ସମ୍ମାନ ଏବଂ ବିଭିନ୍ନ ସବଡ଼ିଭିଜନ ରୁ ଆନନ୍ଦ ଦାସ, ସନ୍ତୋଷ କୁମାର ମହାନ୍ତ, ନନ୍ଦ କିଶୋରେ କିସ୍କୁ ଏବଂ ସର୍ବେଶ୍ୱର ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବରିଷ୍ଠ ସାମ୍ବାଦିକ ମଧୁ ସୁଦନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ | ସେହିପରି ଦ୍ଵିତୀୟ ଅଧିବେଶନରେ ଅନୁଷ୍ଠିତ ଓଜେୟୁର ଜିଲ୍ଲା ସାଙ୍ଗଠନିକ ବୈଠକରେ କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ସମାପ୍ତ ହୋଇ ଥିବାରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା |

ଆବାହକ ଭାବରେ ଦୀପକ କୁମାର ନାୟକ ଏବଂ ଶଶୀକାନ୍ତ ମିଶ୍ର, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭାବରେ ପ୍ରିୟବ୍ରତ ମିଶ୍ର ଏବଂ ମଧୁ ସୁଦନ ନନ୍ଦ, ଜିଲ୍ଲା ସଭାପତି ଭାବରେ ଅଭିଜିତ ମହାନ୍ତି, ଉପସଭାପତି ଭାବରେ ବିନ୍ଦୁସାର ଦାସ, କୃଷ୍ଣ ଚୈତନ୍ୟ ସଦୁଆଳ, ମଧୁସୂଦନ ଦାସ ଏବଂ ସୁବ୍ରତ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ଭାବରେ ଶାରଦା ପ୍ରସାଦ ବାରିକ, ସହ ସମ୍ପାଦକ ଭାବରେ ପାର୍ଥ ପ୍ରସନ୍ନ ମିଶ୍ର, ବିଷ୍ଣୁଚରଣ ପୁଥାଳ, ବିଦ୍ୟାଧର ପଣ୍ଡିତ ଏବଂ ଦୀପକ କୁମାର ଚୌଧୁରୀ, କୋଷାଧ୍ୟକ୍ଷ ଭାବରେ ରୁପମ ସ୍ୱାଇଁ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ଅବିନାଶ ମହାନ୍ତି, ଜୟନ୍ତ ଧଡା, ଲଲାଟେନ୍ଦୁ ପାତ୍ର, କ୍ଷୀରୋଦ ଚନ୍ଦ୍ର ଦାସ, ହରେକୃଷ୍ଣ ତ୍ରିପାଠୀ, ଅନୁପ କୁମାର ଦଣ୍ଡପାଟ, ଅତନୁ ତ୍ରିପାଠୀ, ଦିଲ୍ଲୀପ କୁମାର ପାତ୍ର ଏବଂ ସୟେଦ ସିରାଜୁଦ୍ଦିନ, ସଂଯୋଜକ ଭାବରେ ଶ୍ରୀକାନ୍ତ ନାଏକ, ଦିଲ୍ଲୀପ କୁମାର ମହାନ୍ତ, ଶ୍ରୀକାନ୍ତ ରାଉତ ନୂତନ କର୍ମକର୍ତ୍ତା ଭାବରେ ମନୋନୀତ ହୋଇ ଛନ୍ତି. ନୂତନ କର୍ମକର୍ତ୍ତା ମାନଙ୍କୁ ରାଜ୍ୟ ସଭାପତି ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି |