Img 20240901 Wa0181

ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ୫ମ ପ୍ରତିଷ୍ଠା ଦିବସ ପାଳିତ

State

ବାରିପଦା: ଦେବେନ୍ଦ୍ରପୁର ସ୍ଥିତ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପଞ୍ଚମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅବନୀ ମୋହନ ମହାନ୍ତି, ସମ୍ମାନିତ ଅତିଥି ଭାବେ ଭଞ୍ଜସେନା, ମୟୂରଭଞ୍ଜର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଡ଼ ଦେବାଶିଷ ମାର୍ଣ୍ଡି, ଜିଲ୍ଲା ଶାରିରୀକ କ୍ରୀଡ଼ା ଶିକ୍ଷାଧିକାରୀ ଭାଗିରଥି ମଲ୍ଲିକ, ଆନ୍ତର୍ଜାତୀୟ ରଗବୀ ଖେଳାଳୀ ମୀରାରାଣୀ ହେମ୍ବ୍ରମ୍, ସୁମିତ୍ରା ନାୟକ ଓ ଏକାଡେମୀର ଉପଦେଷ୍ଟା ସୋମନାଥ ସିଂହ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଭାବରେ ଆନ୍ତର୍ଜାତୀୟ ବ୍ଲୋଗର ଲବ ହାଁସଦା ଯୋଗ ଦେଇଥିଲେ । ଅନୁଷ୍ଠାନର କ୍ରୀଡ଼ା ପ୍ରତିଭା ମାନଙ୍କ ପିତାମାତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଥାଇଲାଣ୍ଡରୁ ଫେରିଥିବା ଭାରତୀୟ ରଗବୀ ଖେଳାଳୀ ଅଜିତ କୁମାର ହାଁସଦାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷର ଅନୁଷ୍ଠାନର ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି ଏହି ଏକାଡେମୀର ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ଓ ସାଥି ମାନଙ୍କ ନିଜ ପ୍ରୟାସରେ ବହୁ ରଗବୀ ଖେଳାଳିଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ଦେଇଛି I ସେମାନଙ୍କ ମଧ୍ୟରୁ ବହୁ ଖେଳାଳି ବିଭିନ୍ନ ସରକାରୀ ପଦପଦବୀରେ ପ୍ରତିଷ୍ଠିତ ହୋଇପାରିଛନ୍ତି I