Onn 3

ବନ୍ତ ତହସିଲଦାରଙ୍କ କ୍ୱାର୍ଟରରୁ ଚୋରୀ ଘଟଣା କୁ ଏକମାସ ବିତିଲା, ଚୋରଙ୍କ ଟେର ପାଉନି ପୁଲିସ

Crime State

ଆଗରପଡ଼ା :ବନ୍ତ ତହସିଲଦାରଙ୍କ ସରକାରୀ ବାସ ଗୃହରୁ ହୋଇଥିବା ଚୋରୀ ଘଟଣା କୁ ଏକମାସ ବିତିଯାଇଥିଲେ ମଧ୍ୟ ଚୋରଙ୍କର କିଛି ସୁରାକ ପାଇନି ପୁଲିସ । ଜଣେ ପ୍ରଶାସନିକ ଅଧିକାରୀ ଙ୍କ ସରକାରୀ ବାସ ଗୃହ ସୁରକ୍ଷିତ ନଥିଲା ବେଳେ ସାଧାରଣ ବ୍ୟକ୍ତିମାନେ କିପରି ଏହି ଚୋରଙ୍କ କବଳରୁ ମୁକ୍ତି ପାଇବେ ତାହାକୁ ନେଇ ପୁଲିସର ପାରିବା ପଣିଆକୁ ନେଇ ଅସନ୍ତୋଷ ଦେଖାଯାଇଛି । ଘଟଣାରୁ ପ୍ରକାଶ; ଗତ ମାସ ୧୭ତାରିଖ ରବିବାର ବଳମ୍ବିତ ରାତ୍ରରେ ବନ୍ତ ଥାନାର ମାତ୍ର ଏକକିମି ଦୂରତାରେ ଅବସ୍ଥିତ ଥିବା ବନ୍ତ ତହସିଲଦାରଙ୍କ ସରକାରୀ କ୍ୱାର୍ଟରରୁ ଦୃର୍ବୁତ୍ତମାନେ ଘରର ତାଲା ଭାଙ୍ଗି ତାଙ୍କର ଲକରରେ ଥିବା ଟଙ୍କା ସହ ସୁନା ଅଳଙ୍କାର ମାନ ଲୁଟି ନେଇଥିଲେ । ତହସିଲଦାର ଅଙ୍କିତା ବାରିକ ରବିବାର ଅଫିସ ଛୁଟି ଥିବାରୁ ନିଜର ଗୃହକୁ ଯାଇଥିଲେ ।

ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୃର୍ବୁତ୍ତମାନେ ଏହି କାଣ୍ଡ ଭିଆଇଥିଲେ । ତହସିଲଦାର ନିଜର ୍‌କ୍ୱାର୍ଟର କୁ ଆସି ଉକ୍ତ ଘଟଣାକୁ ଦେଖି ବନ୍ତ ପୁଲିସ ଙ୍କ ଠାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣା ସ୍ଥଳକୁ ଆସି ଘଟଣାର ତଦନ୍ତ ସହ ସଂଧାନି କୁକୁର କୁ ଆଣି ତଦନ୍ତ କରି ଥିଲେ । ହେଲେ ଇତିମଧ୍ୟରେ ଏକମାସ ଅତିବାହିତ ହୋଇଥିବା ବେଳେ ପୁଲିସ ଅଦ୍ୟାବଧି କିଛି ସୁରାକ ପାଇନଥିବାରୁ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ ସହ ଭୟର ବାତାବରଣ ସୃଷ୍ଟି ହୋଉଛି । ଉକ୍ତ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଯଥାଶିଘ୍ର ଧରିବା ପାଇଁ ସାଧାରଣରେ ଦାବି ହୋଇଛି ।