Onn 3

ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

State

ଆଗରପଡ଼ା :ବିଦ୍ୟାଳୟସ୍ତରୀୟ ଭାଷା,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟାମନ୍ଦିର ଓ ସରକାରୀ ବାଳିକା ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଓ ଛାତ୍ରୀଙ୍କ ପ୍ରତିଭା ଓ ସୃଜନଶୀଳତାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ଉତ୍ସବର ଆୟୋଜନ ହୋଇଥିଲା । ପୁସ୍ତକ ପ୍ରଦର୍ଶନୀ,ନିଜ ସ୍କୁଲ କୌଶଳ ପ୍ରକଳ୍ପ ପ୍ରଦର୍ଶନୀ,ସ୍ଥାନୀୟ ଅଂଚଳ ସଂସ୍କୃତି ଓ ଖାଦ୍ୟପେୟ ପ୍ରଦର୍ଶନୀ,ଜୀବନ କୌଶଳର ବ୍ୟବହାରରେ ନିଜର ଅନୁଭୂତି ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।

କୃଷ୍ଣ ଚରଣ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୋ ସ୍କୁଲ ଅଭିଯାନ ସଭାପତି ପ୍ରଶାନ୍ତ ଦାଶ,ସରପଂଚ ପ୍ରକାଶ ବିଶ୍ୱାଳ,ଜୈନୁଲ ଆବେଦିନ,ସିଆରସିସି ନିରଂଜନ ଖିଲାର,ଏସଏମସି ସଭାପତି ସନ୍ତୋଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ସରକାରୀ ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷକ ବିପିନ ବିହାରୀ ପାଢୀଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ହରିହର ପାଣିଗ୍ରାହୀ,ଏସଏମସି ସଭାପତି ବର୍ଷାରାଣୀ ମଲ୍ଲିକ,ଅଜିତ ରାଉଳ,ଭୀମସେନ ପାଳ,ପ୍ରମୋଦିନୀ ସାହୁ,ବନଜିନୀ ନାୟକ,ରଂଜିତା ସିଅଳ,ଭାଗ୍ୟଶ୍ରୀ ପଣ୍ଡା,ସାବିତ୍ରୀ ଦାସ ଓ ବିଦ୍ୟୁତଲତା ଦାସ ପ୍ରମୁଖ ଣିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।