ଭୁବନେଶ୍ୱର: ବର୍ବରତାର ସୀମା ଟପିଲେ ASI । ପ୍ଲାଟଫର୍ମରେ ଯୁବତୀଙ୍କୁ ଏକା ପାଇଁ ସାଥିରେ ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ଏଏସଆଇ । ସୁରକ୍ଷା ସ୍ଥାନରେ ଅସୁରକ୍ଷିତ ହୋଇଗଲେ ଯୁବତୀ । ସାହାଯ୍ୟ କରିବା ବାହାନାରେ ଘରେ କବାଟ ଦେଇ କଲେ ଅସଦାଚରଣ । ଅଭିଯୋଗ ପରେ ଗିରଫ ହେଲେ ଏଏସଆଇ । ଭୁବନେଶ୍ୱର ଆରପିଏଫ ଏଏସଆଇ ନିରଞ୍ଜନ ଜେନା ଗିରଫ ହୋଇଛନ୍ତି ।
୨ ଦିନ ପୁର୍ବରୁ ଟ୍ରେନ୍ ଆସି ଷ୍ଟେସନରେ ଓହ୍ଲେଇଥିଲେ ଜଣେ ଯୁବତୀ । ହଷ୍ଟେଲ ବନ୍ଦ ଥିବାରୁ ଆରପିଏଫ ଥାନାକୁ ଯାଇଥିଲେ । ସେଠାରେ ଏଏସଆଇ ନିରଞ୍ଜନ ଯୁବତୀଙ୍କୁ ରୁମରେ ରହିବା ପାଇଁ କହିଥିଲେ । ଯୁବତୀ ରୁମ୍ ଭିତରକୁ ଯିବାପରେ ନିରଞ୍ଜନ କବାଟ ବନ୍ଦ କରିଦେଇଥିଲେ । ବନ୍ଦ ଘର ଭିତରେ ଯୁବତୀଙ୍କୁ ଅସଦାଚରଣ କରିଥିଲେ ଏଏସଆଇ । ଯୁବତୀ ଭୟଭୀତ ହେଇ ପିସିଆରକୁ କଲ୍ କରିଥିଲେ । Pcr ଆସି ଯୁବତୀଙ୍କୁ ଉଦ୍ଧାର କରିଛି । ଜିଆରପି ଥାନାରେ ଅଭିଯୋଗ ପରେ ଏଏସଆଇ ନିରଞ୍ଜନକୁ ଗିରଫ କଲ ପୋଲିସ ।