ଖୋର୍ଦ୍ଧା: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଏଆରଆଇ । ଖୋର୍ଦ୍ଧା ଜିଲ୍ଲା ସୋରଣ ରାଜସ୍ୱ ସର୍କଲର ଏଆରଆଇ କୈଳାସ ଚନ୍ଦ୍ର ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କାବୁ କଲା ଭିଜିଲାନ୍ସ । ବସୁନ୍ଧରା ଯୋଜନାରେ ଜାଗା ପ୍ରଦାନ ପାଇଁ ଗରିବ ଲୋକଙ୍କ ଠାରୁ ଲାଞ୍ଚ ନେଉଥିଲେ କୈଳାସ ।
ତାଙ୍କ ନିକଟରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଲାଞ୍ଚ ଧରାପଡ଼ିବା ପରେ ତାଙ୍କର ଦୁଇଟି ସ୍ଥାନରେ ରେଡ୍ ଚାଲିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ରେଡ୍ ହେଉଛି । ତାଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ ।
ପୂର୍ବରୁ ମଧ୍ୟ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଥିଲେ କୈଳାସ ଚନ୍ଦ୍ର ବେହେରା ।