Photo for the news of bikash bahana

ପୁରୁଷଣ୍ଢରେ ବିକାଶ ବାହନ ପରିକ୍ରମା

ରାଜ୍ୟ

ଆଗରପଡ଼ା  : କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ବର୍ଷେ ପୂର୍ତ୍ତି ଉପଲକ୍ଷେ ବିକାଶ ବାହନ ବନ୍ତ ବ୍ଳକ ଅନ୍ତର୍ଗତ ପୁରୁଷଣ୍ଢ ଓ ବିଟିପୁର ପଂଚାୟତ ପରିକ୍ରମା କରିଥିଲା । ପ୍ରାକ୍ତନ ବିଜେପି ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶଙ୍କ ତତ୍ତ୍ୱାବଧାନ ଓ ଡ.ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସରପଂଚ ପ୍ରକାଶ ବିଶ୍ୱାଳ, ସମିତିସଭ୍ୟା ସୁଶୀଳା ଜେନା,କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ପରମିତା ମହାନ୍ତି,ପିଇଓ ବୀରକିଶୋର ନାୟକ,ଯୁବନେତା ପ୍ରଦୀପ ପୁହାଣ ପ୍ରମୁଖ ଯୋଗ ଦେଇଥିଲେ ।

ବିଟିପୁର ପଞ୍ଚଚାୟତରେ ସରପଂଚ ଶୁଭଦ୍ରା ସିଂହ, ଅଶୋକ ପରିଡ଼ା, ରାଜୀବ ଲୋଚନ ରାୟ,ଚିନ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ହିତାଧିକାରୀମାନଙ୍କୁ ରାସନ କାର୍ଡ଼, ଭତ୍ତା ଓ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ଦିଆ ଯାଇଥିଲା ।

Shrutilipi ad