Photo2 for the news of badhira family

ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ପରିବାର, କେହିବି ଶୁଣୁ ନାହାନ୍ତି ଗୁହାରି

ରାଜ୍ୟ

ଆଗରପଡ଼ା :ଲୋକପ୍ରତିନିଧିମାନଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ କଥା,ବଧିର ପରିବାରକୁ ମିଳିବ ସରକାରୀ ସାହାଯ୍ୟ ମାତ୍ର ସେହି ପ୍ରତିଶୃତି କେବଳ ପ୍ରତିଶୃତିରେ ହିଁ ରହିଯାଇଛି । ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ପାନପଦୀ ଗ୍ରାମରେ ଏହି ବଧିର ବ୍ରାହ୍ମଣ ପରିବାର ବସବାସ କରିଥାନ୍ତି । ପରିବାରର ସମସ୍ତେ ବଧିର ଏକଥା ବିଶ୍ୱାସ ହେଉନଥିଲେ ମଧ୍ୟ ନିରାଟ ସତ୍ୟ । ଉକ୍ତ ଗ୍ରାମରେ ବାଞ୍ଛାନିଧି ପଣ୍ଡାଙ୍କ ଘର । ସେ ତାଙ୍କ ଝିଅ ରେବତୀ କୁ ତାଳଚେର ଅଞ୍ଚଳର ସୁରେଶ ଦେବତାଙ୍କ ସହ ବିବାହ କରାଇଥିଲେ ଓ ପରବର୍ତ୍ତୀ ସମୟରେ ସୁରେଶ ବାଞ୍ଛାନିଧିଙ୍କ ଘରେ ଘର ଜ୍ୱାଇଁ ହୋଇ ରହିଥିଲେ । ଏହା ପରେ ହଠାତ ବାଞ୍ଛାନିଧି,ସୁରେଶ ଓ ରେବତୀ ବଧିର ହୋଇଯାଇଥିଲେ । ପରେ ରେବତୀଙ୍କ ତିନୋଟି ପୁତ୍ର ସନ୍ତାନ ଜାତ ହୋଇଥିଲେ । ସମୟାନୁକ୍ରମେ ସେହି ପୁଅମାନେ ବଧିର ହୋଇଯାଇଥିଲେ । ସୁରେଶ ସାଳନ୍ଦୀ ଜଳସେଚନ ବିଭାଗରେ ଏନଏମଆର କର୍ମଚାରୀ ରୂପେ ଚାକିରୀ କରୁଥିଲେ । ସରକାରଙ୍କ ନିୟମାନୁଯାୟୀ ସେ ମଧ୍ୟ ଛଟେଇ ହୋଇଥିଲେ । ଏତିକିରେ ତାଙ୍କ ପରିବାର ଉପରୁ କଳାବାଦଲ ଛାଇ ହଟି ନଥିଲା । ପୁରୋହିତ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ସୁରେଶଙ୍କ ବଡ଼ ପୁଅ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମୃତ୍ୟୁ ପରେ ପରିବାର ସମ୍ପୁର୍ଣ୍ଣ ରୋଜଗାର ଶୂନ୍ୟ ହୋଇପଡ଼ିଥିଲା । ସାନ ପୁଅଟି ମଧ୍ୟ ମଧୁମେୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରିଥିଲା । ସୁରେଶଙ୍କ ଅନ୍ୟତମ ପୁଅ ବିକାଶ ଗ୍ରାଜୁଏସନ କରିସାରି ଓଡ଼ିଶା ସରକାରଙ୍କ ଦ୍ୱାରା ଭିନ୍ନକ୍ଷମଙ୍କ ପାଇଁ ପ୍ରଦତ୍ତ ଦକ୍ଷତା ଭିତ୍ତିକ ତାଲିମ କମ୍ପ୍ୟୁଟର ଉପରେ ସାରିବା ପରେ ସରକାରୀ ସି.ଟି ସହ ଓଟିଇଟି ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି । ୨୦୧୧ ମସିହାରେ ସୁରେଶଙ୍କ ଗୁହାରୀ ଅନୁସାରେ ଓଡ଼ିଶାର ମାନ୍ୟବର ହାଇକୋର୍ଟ ତାଙ୍କ ପୁଅ ବିକାଶର ଯୋଗ୍ୟତାକୁ ଭିତ୍ତିକରି ଯଦି ସମ୍ଭବ ହୁଏ ତେବେ ତାଙ୍କୁ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଇତି ମଧ୍ୟରେ ନିର୍ଦ୍ଦେଶକୁ ୧୩ ବର୍ଷ ବିତିଯାଇଥିଲେ ସୁଦ୍ଧା ପୁଅ ବିକାଶ ଏଯାବତ କୌଣସି ଠାରେ ଥଇଥାନ ହୋଇପାରି ନାହାଁନ୍ତି । ସେହିପରି ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡ଼ଭଙ୍ଗା ଗ୍ରାମର ସଂଯୁକ୍ତା ଦାଶ ଓ ସ୍ୱର୍ଗତ କିଶୋର ଚନ୍ଦ୍ର ମହାପାତ୍ରଙ୍କ ଝିଅ ମେନକା ଯିଏକି ପିଲାଟିଦିନରୁ ବଧିର । ପାଠ ପଢିବା ସମୟରେ କୌଣସି ଏକ ମୂହୁର୍ତ୍ତରେ ତାଙ୍କର ବିକାଶ ସହଦେଖା ହୋଇଥିଲା ଓ ଉଭୟ ଉଭୟଙ୍କୁ ବିବାହ କରିଥିଲେ । ମୋନିକା ରାଉଲକେଲା ଏସକେଡ଼ିଏଭି ଓମେନ ପଲିଟେକ୍ନିକରୁ ଉନଫରମେସନ ଟେକ୍ନୋଲୋଜିରେ ଡ଼ିପ୍ଲୋମା, ଭୁବନେଶ୍ୱର ଲଳିତକଳା ଏକାଡ଼େମୀରୁ ଡ଼ିଗ୍ରୀ ଓ ଭୁବନେଶ୍ୱର ସ୍କିଲ ଡ଼େବଲ୍ୱମେଣ୍ଟରେ ଟ୍ରେନିଙ୍ଗ ପାଇଥିଲେ ସୁଦ୍ଧା ଆଜି ସୁଦ୍ଧା କୈାଣସି ଚାକିରୀ ପାଇପାରି ନାହାଁନ୍ତି । କୋଲକାତା, ଚେନ୍ନାଇ, ଦିଲ୍ଲି, ମୁମ୍ବାଇ ପରି ମେଟ୍ରୋ ସିଟିରେ ଆୟୋଜିତ ପ୍ରଦର୍ଶନୀରେ ତାଙ୍କ ଚିତ୍ରକଳା ମଧ୍ୟ ସ୍ଥାନିତ ହୋଇଛି । ସେ ଓଡ଼ଶୀ ନୃତ୍ୟରେ ମଧ୍ୟ ନିଜର ପାରଦର୍ଶିତା ଲାଭ କରିବା ସହ କୁନିକୁନି ପିଲାଙ୍କୁ ଓଡ଼ଶୀ ନୃତ୍ୟ ସହ ଚିତ୍ର କଳାର ଶିକ୍ଷା ଦାନ କରୁଛନ୍ତି । ପ୍ରଶାସନିକ ସ୍ତରରେ ବାରମ୍ବାର ଗୁହାରି କରିଆସୁଥିଲେ ମଧ୍ୟ ସେମାନଙ୍କୁ କେବଳ ପ୍ରତିଶୃତି ମିଳୁଛି ବୋଲି ସେ କହିଛନ୍ତି । ତେଣୁ ମୋନିକା ମୁଖ୍ୟମନ୍ତ୍‌ୀ ମୋହନ ଚରଣ ମାଝି, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଚିତ୍ର ଆଙ୍କି ସେମାନଙ୍କ ଫଟୋଚିତ୍ର ସହ ନିଜ ପରିବାରର ଦୁଃଖକୁ ପତ୍ର ମାଧ୍ୟମରେ ଜଣାଇ ତାଙ୍କୁ ଓ ତାଙ୍କ ଦିବ୍ୟାଙ୍ଗ ସ୍ୱାମୀଙ୍କୁ ସରକାରୀ ଚାକିରୀଟିଏ ପ୍ରଦାନ କରିବାକୁ ପ୍ରାର୍ଥନା କରିଥିବା ଜଣାପଡ଼ିଛି । ପୂର୍ବରୁ ଗତ ବର୍ଷ ୨୦୨୩ ଫେବୃଆରୀ ମାସରେ ମୋନିକା ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିତ୍ର ଆଙ୍କି ଉଭୟଙ୍କ ପଟୋଚିତ୍ର ସହ ନିଜ ପରିବାରର ଦୁଃଖକୁ ପତ୍ର ମାଧ୍ୟମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କୁ ମଧ୍ୟ ଜଣାଇ ଥିଲେ । କିନ୍ତୁ ପରିତାପର ବିଷୟ ଅଦ୍ୟାବଧି ତାଙ୍କ ଗୁହାରିକୁ କେହିବି ଶୁଣି ନାହାନ୍ତି । ତେଣୁ ଆଜି ପର୍ଯ୍ୟନ୍ତ ସହାୟତାକୁ ଅପେକ୍ଷା କରି ବସିଛନ୍ତି ଏହି ବଧିର ପରିବାର ।

Photo1 for the news of badhira family

Shrutilipi ad