Joga

ବନ୍ତରେ ଅତିରିକ୍ତ ତହସିଲଦାରଙ୍କ ଯୋଗଦାନ

State

ଆଗରପଡ଼ା :ବନ୍ତ ତହସିଲରେ ନୂତନ ଅତିରିକ୍ତ ତହସିଲଦାର ରୁପେ ପ୍ରଶନ୍ନ କୁମାର ମହାନ୍ତି ଯୋଗ ଦେଇଛନ୍ତି । ସେ ପୂର୍ବରୁ ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲରେ କାର୍ଯ୍ୟ କରୁଥିଲେ । ବନ୍ତରେ ଥିବା ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣଙ୍କ ଉକ୍ତ ସ୍ଥାନକୁ ବଦଳି ହେବାରୁ ଶ୍ରୀଯୁକ୍ତ ମହାନ୍ତି ଆଜି ବନ୍ତ ତହସିଲରେ ଯୋଗ ଦେଇଛନ୍ତି । ସେ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ତହସିଲ କର୍ମଚାରୀ ଶୁଭେଚ୍ଚା ଜଣାଇ ଥିଲେ । କିଛିଦିନ ହେବ ଅତିରିକ୍ତ ତହସିଲଦାରଙ୍କ ବଦଳି ହେବାରୁ ତହସିଲଦାରଙ୍କୁ ଦୁଇଗୋଟି ବିଭାଗର ସମସ୍ତ କାର୍ଯ୍ୟ କରିବାକୁ ପଡ଼ୁଥିଲା । ଅତିରିକ୍ତ ତହସିଲଦାର କାର୍ଯ୍ୟରେ ଯୋଗଦେବାପରେ ତହିସିଲ ଅଧିନରେ ଥିବା ବିଭିନ୍ନ କାର୍ଯ୍ୟ ସୁଚାରୁରୁପେ ସଂପାଦିତ ହୋଇପାରିବ ବୋଲି ଜନସାଧାରଣ ଆଶା ପୋଷଣ କରିଛନ୍ତି ।