Img 20240402 Wa0277

ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୯୨ ୟୁନିଟ ରକ୍ତ ସଂଗ୍ରହ

State

ବାରିପଦା : ପ୍ରତିବର୍ଷ ଖରାଦିନେ ପ୍ରାୟ ତିନି ମାସ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଥାଏ I ଏହି ସମୟରେ କାଲୁରାମ ଦୁର୍ଗା ପ୍ରସାଦ ମେଗା ସୋପ ତାର ୧୩ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରିଥିବାରୁ ରକ୍ତଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ ସାଧୁବାଦ ଜଣାଇଛନ୍ତି I ଏହି ଶିବିରରେ ମୋଟ ୯୨ ୟୁନିଟ ରକ୍ତ ସଂଗ୍ରହ ହୋଇଛି I ଡଃ ନାୟକଙ୍କ ନେତୃତ୍ୱରେ ପୁଣ୍ଡରୀକାକ୍ଷ ଦାସ, ରୁଚିକା ଖୁରାନା, ସବିତା ଶେଜପଡା, ଶକୁନ୍ତଳା ମହାନ୍ତ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ I ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ରେଡ଼କ୍ରସ ସଭ୍ୟ ଅମର କୁମାର ସେଠି ଓ ନିରୋଜ କୁମାର ପୋଥାଳ ତଥା ପୂର୍ବତନ ଉପ ନଗରପାଳ ଜୀତେନ୍ଦ୍ର ମହାନ୍ତି, ପ୍ରଭାତ ମହାନ୍ତି, ଅନନ୍ତ ଦାସ ଓ ଜିତୁ ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଦୁର୍ଗା ପ୍ରସାଦ ମୋଦୀ, ସୁମନ ମୋଦୀ, ଗୌରବ ମୋଦୀ ଓ ଖୁଶବୁ ମୋଦୀ ପ୍ରମୁଖ ଶିବିର ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲେ I