Capture 11 750x430

ଗୋଷ୍ଠି ସଂଘର୍ଷ, ୫ ଆହତ, ଜଣେ ଗୁରୁତର

State

ଖୋର୍ଦ୍ଧା: ରଣକ୍ଷେତ୍ର ପାଲଟିଲା ଗୁଣ୍ଡୁରପୁର ଛକ । ଖୋର୍ଦ୍ଧା ଗୁଣ୍ଡୁରପୁର ଛକରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଗତକାଲି ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଗଣ୍ଡଗୋଳ ବେଳେ ୨ଟି ବାଇକ୍‌ ପୋଡ଼ିଦେବା ସହ ଟେକାପଥର ମାଡ଼ରେ ଦୁଇ ଗୋଷ୍ଠୀର ୬ ଜଣ ଆହତ ହୋଇଥିବା ନେଇ ଜଣାପଡିଛି । ଦୁଇ ସାହି ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଘଟଣାକୁ ଦୃଷ୍ଟିରେ ରଖି ଗାଁରେ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୁଣ୍ଡୁରୁପୁର ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଛି । ତେବେ କୌଣସି ଏକ କାରଣ ବସତଃ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଉଭୟ ଗୋଷ୍ଠୀର ଲୋକେ ପରସ୍ପରକୁ ଟେକା ପଥର ମାରିଥିବା ବେଳେ ଦୁଇଟି ବାଇକ୍‌କୁ ମଧ୍ୟ ପୋଡ଼ି ଜାଳି ଦେଇଥିଲେ । ତେବେ ଗଣ୍ଡଗୋଳରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଛି । ସେପଟେ ଖବର ପାଇ ଖୋର୍ଦ୍ଧା ଏସପିଙ୍କ ସହିତ ବାଲୁଗାଁ ଏସଡିପିଓ ଘଟଣାସ୍ଥଳ ପରିଦର୍ଶନ କରି ନଜର ରଖିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ଗାଁରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।