Onn 3

ସାଲେପୁର କୁ ହରାଇ ପ୍ରତାପ ନଗରୀ ସେମିରେ ; ଅସୁରେଶ୍ୱର ଫୁଟବଲ ଟୁର୍ଣ୍ଣାମେଣ୍ଟ

sports State

ନିଶ୍ଚିନ୍ତକୋଇଲି: ଅସୁରେଶ୍ୱର ଆଥଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ୪୯ତମ ବାର୍ଷିକ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚରେ ସାଲେପୁରର ଜାଗୁଳାଇ କ୍ଲବକୁ ହରାଇ କଟକର ପ୍ରତାପ ନଗରୀ ଫୁଟବଲ ଟିମ୍ ସେମିଫାଇନାଲ ରେ ପ୍ରବେଶ କରିଛି । ଉଭୟ ଦଳଙ୍କ ମଧ୍ୟରେ ଚିତାକର୍ଷକ ଖେଳ ପ୍ରଦର୍ଶନ ହୋଇଥିଲେ ମଧ୍ୟ ସାଲେପୁର ୪-୧ ଗୋଲରେ ପରାସ୍ତ ହୋଇଥିଲା ।

ଅନୁଷ୍ଠାନର ସଭାପତି ଅନନ୍ତ କୁମାର ଦାସ ଓ ସମ୍ପାଦକ ବିଜୟ କୁମାର ବଳ ଙ୍କ ନେତୃତ୍ୱରେ ଟୁକୁନା ଭୋଇ , ଏସକେ ହଇତ, ଏମଡ଼ି ଜାହୁର ଖେଳ ପରିଚାଳନା କରିଥିବାବେଳେ ପ୍ରମୋଦ କୁମାର ସାହୁ ଧାରା ବିବରଣୀ ପ୍ରସାର କରିଥିଲେ । ମଙ୍ଗଳବାର ଦିନ ଚଣ୍ଡିଖୋଲ କ୍ଲବ ସହିତ ଯାଜପୁରର ଫିଫା କ୍ଲବ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶ୍ରୀ ବଳ ପ୍ରକାଶ କରିଛନ୍ତି ।