Onn 3

ଶିକ୍ଷାବିତ୍ ଉମାନାଥ ମହନ୍ତଙ୍କ ସ୍ମୃତି ସଭା

State

ନିଶ୍ଚିନ୍ତକୋଇଲି: ବିଶିଷ୍ଟ ଶିକ୍ଷାବିତ୍ ,ଆଦର୍ଶ ଶିକ୍ଷକ, ପ୍ରତିଷ୍ଠିତ ଅଧ୍ୟାପକ, ବିଜ୍ଞ ଅଧ୍ୟକ୍ଷ ସ୍ୱର୍ଗତ ଉମାନାଥ ମହନ୍ତଙ୍କ ଦ୍ୱାଦଶ ଦିବସ ଅବସରରେ ପ୍ରମିଳା ଦେବୀ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଟିତ ହୋଇଛି । ସରପଡ଼ା ପଞ୍ଚାୟତ ହନୁପୁର ଠାରେ ଆୟୋଜିତ ସଭାରେ ଶିକ୍ଷାବିତ୍ ରାଜକିଶୋର ଜେନାଙ୍କ ପୌରହିତ୍ୟ ଏବଂ ବିଘ୍ନଜିତ୍ ମହନ୍ତ ମହାପାତ୍ର ଙ୍କ ସଂଯୋଜନାରେ ଏଥ୍‌ôରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଫକୀରଚରଣ ନାୟକ, ସାହିତ୍ୟି ଡ଼ଃ ଗୋବିନ୍ଦ ଭୂୟାଁ , ଅବସରପ୍ରାପ୍ତ ଆଇଏଏସ୍ ମାଗୁଣିଚରଣ ଲେଙ୍କା, ପ୍ରିୟନାଥ ଜେନା,ରବୀନ୍ଦ୍ର ଜେନା, ଆଇନିଜୀବୀ ସୁରେନ୍ଦ୍ରନାଥ ସାହୁ, ଇଂ.ଆକାଶ ଭୟାଁ , ସରପଞ୍ଚ ବିବେକାନନ୍ଦ ଆଚାର୍ଯ୍ୟ, ଡ଼. ଗଗନବିହାରୀ ଦାଶ, ଶ୍ରିମକ ନେତା ଅମୀୟ ଦାସ, କବି ସଚ୍ଚିଦାନନ୍ଦ ମିଶ୍ର, ଶିିକ୍ଷାବିତ୍ ଭାବଗ୍ରାହୀ ରାଉତ, ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକ, ସରୋଜ କୁମାର ଜେନା, ଅଧ୍ୟାପକ ଚନ୍ଦ୍ରମଣୀ ଦାସ, ପଫେସର ନିରଞ୍ଜନ ନାୟକ, ମୁରଲୀଧର ନାୟକ, ଅଶୋକ ମହାପାତ୍ର ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ମହନ୍ତଙ୍କର ସାମାଜିକ, ସାଂସ୍କୃତିକ, ଭାଷା ସାହିତ୍ୟ ଓ ପରମ୍ପରା ବଞ୍ଚାଇବା ଆଦି କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋକାପତ କରି ସ୍ମୃତିଚାରଣ କରିଥିଲେ । ପୁତ୍ର ଶୁଭେନ୍ଦୁ ମହନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।