Onn 3

ଅହିଂସା ଓ ସଦଭାବନା ଦ୍ୱାରା ବନ୍ଧୁତ୍ୱ ମଝବୁତ୍ ହୋଇଥାଏ ; ଗାନ୍ଧି ମାର୍ଗଦର୍ଶନ ସଂକ୍ରାନ୍ତ ଆଲୋଚନା

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଅସୁରେଶ୍ୱର ପଞ୍ଚାୟତ କୂଳଗାଁଇଶାଳୋ ଗ୍ରାମ ଏବଂ କେନ୍ଦୁପାଟରା ପଞ୍ଚାୟତ ଚମ୍ପତ୍ତିପାଟଣା ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ଗାନ୍ଧି ମାର୍ଗଦର୍ଶନ ଓ ଶୃଙ୍ଖଳିତ ମାହାଙ୍ଗା ଗଠନ ସଂକ୍ରାନ୍ତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଜଗନ୍ନାଥ ସଂସ୍କୃତିର ବାର୍ତ୍ତା ବହନ ସାମ୍ବାଦିକ ପ୍ରମୋଦ କୁମାର ପରିଡ଼ାଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ ଗାନ୍ଧୀ ସ୍ମାରକ ନିଧି ସମ୍ପାଦକ ତଥା ସ୍ୱାଭିମାନୀ ମାହାଙ୍ଗାର ଅଧ୍ୟକ୍ଷ ପ୍ରଫେସର ଜୟନ୍ତ କୁମାର ଦାସ ଯୋଗ ଦେଇ ମାର୍ଜିତ ବ୍ୟବହାର ଅହିଂସା ବଳରେ ସମାଜରେ ଭାତୃତ୍ୱ ଭାବ ସୃଷ୍ଟି ହେବା ସହିତ ବନ୍ଧୁତ୍ୱ ମଝବୁତ୍ ହୋଇପାରିବ ବୋଲି ଗାନ୍ଧିଜୀଙ୍କ ବିଭିନ୍ନ ହିତବାଣୀ ଏବଂ ପୌରାଣିକ ବିଷୟ ବସ୍ତୁର ଦୃଷ୍ଟାନ୍ତ ଦେଇ ଉପସ୍ଥିତ ଲୋକମାନଙ୍କୁ ସୁପରାମର୍ଶ ପ୍ରଦାନ କରିଥିଲେ ।

ଗାନ୍ଧୀଜୀଙ୍କ ମାର୍ଗଦର୍ଶନରେ ନିଜର ବ୍ୟକ୍ତିଗତ ଜୀବନକୁ ଅତିବାହିତ କଲେ ଏକ ସୁସ୍ଥ ଓ ଶୃଙ୍ଖଳିତ ମାହାଙ୍ଗା ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥ୍‌ôରେ ଯୁବ ସମାଜସେବୀ ଜ୍ଞାନେନ୍ଦ୍ର କୁମାର ରାଉତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲା ବେଳେ ସ୍ୱେଚ୍ଛାସେବୀ ସରୋଜ କୁମାର ଶତପଥୀ, କ୍ଷୀରୋଦ ପରିଡ଼ା, ନାରୀ ନେତ୍ର ଲତାରାଣୀ ବେହେରା, ଗୁରୁଚରଣ ପରିଡ଼ା, ରାଜେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀଙ୍କ ଅହିଂସା ନୀତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବାସନ୍ତୀ ବେହେରା, ଅନ୍ନପୂର୍ଣ୍ଣା ଗାହାଣ,ହାରାମଣୀ ପୃଷ୍ଟି, ମମତା ବାରିକ, ଭଞ୍ଜକିଶୋର ବେହେରା, ରବିନ୍ଦ୍ର ବିଶୋଇ, ରାଜକିଶୋର ଦାସ,ଅଭିମନ୍ୟୁ ବେହେରା, ରତ୍ନାକର ମଲିକ, ଅଲେଖ ଚନ୍ଦ୍ର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।