Onn 3

ଅସୁରେଶ୍ୱର ଗୋମଙ୍ଗଳ ସମିତି ୮୧ତମ ବାର୍ଷିକ ଉତ୍ସବ: ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଓ ଗୋ ଚିକିତ୍ସା ଶିବିର

State

ନିଶ୍ଚିନ୍ତକୋଇଲି: ଗୋମାତାଙ୍କ ଶରୀରରେ ତେତିଶ କୋଟି ଦେବାଦେବୀ ବାସ କରନ୍ତି । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୋସେବା କରୁଥିଲେ । ଭାରତୀୟ ସଂସ୍କୃତିରେ ଗୋମାତା ଓ ଗୋ ସଂପଦର ସ୍ଥାନ ସ୍ୱତନ୍ତ୍ର ଓ ବହୁ ଉର୍ଦ୍ଧ୍ୱରେ । ମାନବ ସମାଜ ପାଇଁ ଗୋମାତା ସର୍ବସ୍ୱ ତ୍ୟାଗ କରିଥିବାବେଳେ ସେମାନେ ବୁଢାବୁଢୀ ଓ ରୋଗିଣା ହୋଇଗଲେ ସେମାନଙ୍କ ପ୍ରତି ବହୁ ଅନ୍ୟାୟ ଓ ଅବହେଳା କରାଯାଏ । ଏଭଳି କରିବା ଦ୍ୱାରା ମାନବ ସମାଜର ବହୁ କ୍ଷତି ସାଧନ ହୁଏ । ଗୋମାତାଙ୍କ କୃପା ଲାଭ କଲେ ମନୁଷ୍ୟ ଚତୁବର୍ଗ ଫଳର ଅଧିକାରୀ ହୋଇ ପୂଣ୍ୟତା ଲାଭ କରେ । ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଗୋସେବା ବର୍ତ୍ତୀ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ଅସୁରେଶ୍ୱର ଗୋମଙ୍ଗଳ ସମିତିର ୮୧ତମ ବାର୍ଷିକ ଉତ୍ସବରେ ବିଶିଷ୍ଟ ବକ୍ତାମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଗୋମଙ୍ଗଳ ସମିତିର ସଭାପତି ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ଗୋବଂଶର ସଂରକ୍ଷଣ ଓ ଗୋମାତାର ସେବା ପାଇଁ ଆନ୍ଦୋଳନର ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ ।

ଏଥିରେ ମୁଖ୍ୟବକ୍ତା ଭାବେ ଏମସର ଅବସରପ୍ରାପ୍ତ ନିର୍ଦ୍ଦେଶକ ଡ଼ା. ଅଶୋକ ମହାପାତ୍ର ଯୋଗ ଦେଇ ଆଧ୍ୟାତ୍ମିକ ଚେତନାରେ ଗୋସେବାର ମାହାତ୍ମ୍ୟ ସଂକ୍ରାନ୍ତରେ ବିଷଦ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ସାହିତ୍ୟିକ ଅଭିରାମ ବିଶ୍ୱାଳ, ଗାନ୍ଧିବାଦୀ ସାରସ୍ୱତ ସାଧକ ପ୍ରହଲ୍ଲାଦ ମଲିକ,ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ବିଭୁରଂଜନ ଦାସ, କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ, କେନ୍ଦ୍ରାପଡ଼ା ମୁନସିପାଲଟି ଚେୟାରମ୍ୟାନ୍ ସରିତା ସାହୁ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ସମାଜସେବୀ ପ୍ରମୋଦ କୁମାର ସାହୁ, ସଭ୍ୟ ଶ୍ରୀନିବାସ ସାହୁ,ନୀଳୟକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇ ଜଣେ ହିନ୍ଦୁ ସମାଜସେବୀ ସ୍ୱର୍ଗତ ଜଳଧର ନାୟକ ଏବଂ ଜଣେ ମୁସଲମାନ ଅସରଫ ଅଲ୍ଲୀଙ୍କ ଦ୍ୱାରା ୧୯୪୩ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଏହି ଅନୁଷ୍ଠାନଟି ରେ ହିନ୍ଦୁ ମୁସଲମାନ ଭାଇଚାରାର ନିଦର୍ଶନ ଭାବେ ସୃଷ୍ଟି ହୋଇ ପ୍ରତିକୂଳ ପରିବେଶରେ ରୋଗିଣା, ଅକର୍ମଣ୍ୟ, ଅସହାୟ ଓ ବୁଢା ହଡ଼ା ଗାଈ ଗୋରୁମାନଙ୍କୁ ଏଠାରେ ସେବା ଯୋଗାଇ ଦେଇ ଆସୁଥିଲାବେଳେ ଲୋକମାନଙ୍କ ମୃଷ୍ଟି ଭିକ୍ଷାରେ ଉକ୍ତ ଅନୁଷ୍ଠାନ ପରିଚାଳିତ ହେଉଥିବାରୁ ଏହା ବିଶ୍ୱରେ ଏକ ନିଆରା ଅନୁଷ୍ଠାନ ବୋଲି ମତପ୍ରକାଶ କରିଥିଲେ । ଏହି ଅନୁଷ୍ଠାନକୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ଇଚ୍ଛୁକ ବ୍ୟକ୍ତିମାନଙ୍କର ସହଜ ପ୍ରକିୟା ନିମନ୍ତେ ଗୋମଙ୍ଗଳ ସମିତିର ଟ୍ରଷ୍ଟି ପ୍ରଶାନ୍ତ କରଙ୍କ ଉଦ୍ୟମରେ ଏକ ପେଟିଏମ୍ ବାରକୋର୍ଡ଼ର ଶୁଭ ଉଦ୍‌ଘାଟନ କରାଯାଇଥିଲା । ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକାଶ କୁମାର ବେଉରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୋଷ୍ଠା ଅଷ୍ଟମୀ ଅବସରରେ ଜିଲ୍ଲାସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ ଏବଂ ଗୋ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ସୁଦିପ୍ତା ସାହୁଙ୍କ ସମେତ ସମସ୍ତ ପ୍ରାଣୀଧନ ନିରୀକ୍ଷକ ସହଯୋଗ କରିଥିଲେ ।