ସୂଚନାଯୋଗ୍ୟ, ଗତ ଜୁଲାଇ ୧୧ ତାରିଖରେ 5T ସଚିବ ଭି.କେ ପାଣ୍ଡିଆନ ତାଳଚେର ଗସ୍ତରେ ଯାଇଥିବା ବେଳେ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିବା ପାଇଁ ଜନସାଧାରଣ ଅନୁରୋଧ କରିଥିଲେ। ତଦନୁଯାୟୀ, ରାଜ୍ୟ ସରକାର ଏହି ସେତୁର ନାମକୁ ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିଛନ୍ତି। ୫୧୧ ମିଟର ଦୈର୍ଘ୍ୟ ବିଶିଷ୍ଟ ସିଲିଙ୍ଗଠାରୁ ତାଳପଦା ରାସ୍ତାକୁ ଯୋଡୁ ଥିବା ଏହି ସେତୁ ୪୫ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି।
Post Views: 8