Onn 3

ହନୁମାନ ବାଟିକାରେ ଜଳିବ ବିଶ୍ବର ସବୁଠାରୁ ବଡ଼ ଦ୍ବୀପ

State

RKL

ରାଉରକେଲା : ରାଉରକେଲାର ହନୁମାନ ବାଟିକାରେ ଜଳିବ ବିଶ୍ବର ସବୁଠାରୁ ବଡ଼ ଦ୍ବୀପ। ଅଯୋଧ୍ୟା ରାମ ଜନ୍ମଭୂମିରେ ରାମଲାଲାଙ୍କ ପାଇଁ ଚାଲିଥିବା କାର୍ଯ୍ୟକ୍ରମରେ ସାମିଲ୍ ହେବ ରାଉରକେଲା । ଗତ ୬ ତାରିଖରୁ ଆଠ ଜଣ ରାଜ୍ୟ ତଥା ରାଜ୍ୟ ବାହାରର କାରିଗରଙ୍କ ଦ୍ଵାରା ଜୋରସୋରରେ ଚାଲିଛି ବିଶ୍ବର ସର୍ବବୃହତ ଦ୍ବୀପ ନିର୍ମାଣ କାର୍ଯ୍ୟ। ବାଉଁଶ, କୁଟା ଓ ମାଟିରେ ତିଆରି ଚାଲିଛି ସାଢେ଼ ପାଞ୍ଚ ଫୁଟ୍ ଉଚ୍ଚ ଓ ୧୨ ଫୁଟ୍ ଗୋଲାକାର ଦ୍ବୀପ ।

ଏହି ଦ୍ବୀପ ପାଇଁ ସ୍ବତନ୍ତ୍ର ଭାବେ ସଳିତା କଟକରେ ପ୍ରସ୍ତୁତ କରାଯାଉଥିବା ବେଳେ ପ୍ରାୟ ୪୫ ଦିନ ଧରି ଦ୍ବୀପଟି ଅନବରତ ଜଳିବ ବୋଲି କହିଛନ୍ତି ଆୟୋଜକ ସ୍ମାଇଲ ଫର୍ ଏଭର୍ ଅନୁଷ୍ଠାନର ପ୍ରତିଷ୍ଠାତା ସନ୍ତୋଷ ବିଶ୍ବାଳ। ଜାନୁଆରୀ ୨୧ ତାରିଖ ରେ ସହର ପରିକ୍ରମା ପରେ ଜାତୀୟ ପତାକା ସହ ଏକ ଶୋଭାଯାତ୍ରାରେ ସୁସଜ୍ଜିତ ଗାଡ଼ିରେ ୨୨ତାରିଖରେ ଯାଇ ପହଞ୍ଚିବ ହନୁମାନ ବାଟିକା । ସେଠାରେ ହନୁମାନଙ୍କ ମୂର୍ତ୍ତି ନିକଟରେ ବିଶ୍ଵର ଏହି ସର୍ବବୃହତ ଦ୍ବୀପ ପ୍ରଜ୍ବଳନ କରାଯିବ। ସହରର ପ୍ରତି ମୁଖ୍ୟ ଛକ, ସ୍କୁଲ ଦେଇ ୧୨ଫୁଟର ଶ୍ରୀରାମଙ୍କ ମୂର୍ତ୍ତି ଦୀପ ସହ ଦୁଇ କିଲୋମିଟରର ଜାତୀୟ ପତାକା ସହ ଶୋଭାଯାତ୍ରା ବୁଲିବ। ବିଭିନ୍ନ ଧର୍ମ ଓ ଭାଷାଭାଷୀ ଏଥିରେ ସାମିଲ୍ ହେବେ ।