Onn 3

ଶିମିଳିପାଳରେ ଶିକାରୀ ଙ୍କ ପ୍ରାଦୁର୍ଭାବ, ପୁଣି ଦୁଇ ଜଣ ଗିରଫ

State

ପାଞ୍ଚ ବନ୍ଧୁକ ସମେତ ୨ ଲକ୍ଷ ୯୫ ହଜାର ଟଙ୍କା ଏବଂ ମୋବାଇଲ ଫୋନ ଜବତ

ବାରିପଦା: ଶିମିଳିପାଳରେ ଶିକାରୀ ଙ୍କ ପାଦ୍ରୂଭାବ ଦିନକୁ ଦିନ ବଢିବାରେ ଲାଗିଅଛି । ଦେଶି ବନ୍ଧୁକ ଧରି ଶିମିଳିପାଳ ଅଭୟ୍ୟାରଣ୍ୟରେ ପଶି କରୁଛନ୍ତି ଅବାଧ ଶୀକାର । ଶିକାରୀ ଙ୍କୁ ଧରିବାପାଇଁ ଜିଲା ପୋଲିସ ବାହିନୀ ଏବଂ ବନ ବିଭାଗର ପକ୍ଷରୁ ମିଳିତ ଚଢାଉ ଜାରିରହିଅଛି । ଚଳିତ ମାସ ଶେଷ ସୁଦ୍ଧା ଯେଉଁମାନେ ଏହି ଦେଶୀ ବନ୍ଧୁକ ରଖିଛନ୍ତି ସେମାନେ ବନ୍ଧୁକ ସବୁ ପୋଲିସ ପାଖରେ ଜିମା ଦେବାପାଇଁ ଜିଲା ଆରକ୍ଷୀ ଅଧିକାରୀ ବି ଗଙ୍ଗାଧର ଙ୍କ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଅଛି ନଚେତ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ମୟୁରଭଞ ଜିଲା ଖୁଣ୍ଟା ଥାନା ପୋଲିସ ପକ୍ଷରୁ କୁଆମରା , ସାଇଁକୁଳା ଏବଂ ହାଟନୂଆଗାଁ ଆଦି ଗ୍ରାମରେ ଚଢାଉ କରାଯାଇ ଦୁଇ ଜଣ ଶିକାରୀ ଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ପାଞ୍ଚଗୋଟି ବନ୍ଧୁକ ସମେତ ୨ ଲକ୍ଷ ୯୫ ହଜାର ଟଙ୍କା ଏବଂ ଦୁଇଗୋଟି ମୋବାଇଲ ଫୋନ ଜବତ କରିଛନ୍ତି ।

ଗିରଫ ଦୁଇ ଜଣ ହେଲେ ଖୁଣ୍ଟା ଥାନା ଅନ୍ତର୍ଗତ ସାଇଁକୁଳା ଗ୍ରାମର ସାନ୍ତନୁ ସାହୁ (୫୨) ଏବଂ ଉକ୍ତ ଗ୍ରାମର ଅଶ୍ୱନୀ କୁମାର ଦେ (୫୦) । ଏହି ଦୁଇଜଣ ଙ୍କ ପାଖରୁ ପୂର୍ବରୁ ଦୁଇ ଗୋଟି ହାତୀ ଦାନ୍ତ ଜବତ କରିଥିବା ଘଟଣାରେ କୁଲଡିହା ଓାଇଲ୍ଡ ଲାଇଫ ରେଞ , ବାଲେଶ୍ୱର ଓାଇଲ୍ଡ ଲାଇଫ ଡିଭିଜନ ରେ କେସ ରୁଜୁ କରାହୋଇଥିବାର ଏବଂ ଭଞପୁର ଥାନାରେ ମଧ୍ୟ ଏକ କେସ ରୁଜୁ ହୋଇଥିବାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗଧର ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ କି ଏଥି ପୂର୍ବରୁ ମଧ୍ୟ ବଡସାହି ଏବଂ ଉଦଳା ଥାନା ପୋଲିସ ପକ୍ଷରୁ ଶିମିଳିପାଳ ର ପାଦଦେଶରେ ଥିବା ଯଦୁନାଥପୁର (ରେଣ୍ଟାସାହି) , , ଚନ୍ଦନଚତୁରି , ଚମ୍ପକୋଟ , ହାତୀଗଡ ଆଦି ଗ୍ରାମରେ ଚଢାଉ କରାଯାଇ ଏଗାର ଗୋଟି ଦେଶୀ ବନ୍ଧୁକ ଜବତ କରିବା ସହ ଛଅ ଜଣ ଙ୍କୁ ଗିରଫ କରାଯାଇଥିଲା ।