Onn 3

ସ୍ୱର୍ଗରଥ ଓ ଟାଟା ଏସି ମୁହାଁମୁହିଁ : ଶବ ସମ୍ପର୍କୀୟ ଗୁରୁତର

State

ନିଶ୍ଚିନ୍ତକୋଇଲି: ଶବ ନେଇ ଯାଉଥିଲା ବେଳେ ଏକ ସ୍ୱର୍ଗରଥ ଓ ଟାଟା ଏସି ମୁହାଁମୁହିଁ ଧକ୍କା ହେବାରୁ ୫ଜଣ ଶବ ସମ୍ପର୍କୀୟ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ବୁଧବାର ମଧ୍ୟାହ୍ନରେ କଟକ ଚାନ୍ଦବାଲି ରାସ୍ତା ସୁକରପଡ଼ା ବଜାରରେ ଏହି ଦୁର୍ଘଟଣା ଘଟିଛି । ଭୁବନେଶ୍ୱର ବିଜେପି ନଗର ପ୍ରଦିପ୍ତ ରାଉତ ଙ୍କ ୯୩ ବର୍ଷିଆ ମାଆ ସତ୍ୟଭାମାଙ୍କ ମୃତ୍ୟୁ ହେବା ପରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ନିଜ ଗାଁ ପଟ୍ଟାମୁଣ୍ଡାଇ ଥାନା ଅଧିନସ୍ଥ ନୂଆପଡ଼ାକୁ ଏକ ଶବଦାହକ ସ୍ୱର୍ଗରଥ ଗାଡ଼ିରେ ନେଉଥିଲେ । ଏହି ଗାଡ଼ିରେ ଶବର ୫ଜଣ ସମ୍ପର୍କୀୟ ମଧ୍ୟ ବସିଥିଲେ । କେନ୍ଦ୍ରାପଡ଼ା ପାଶ୍ୱର୍ରୁ ଆସୁଥିବା ଏକ ଟାଟା ଏସି ଗାଡ଼ି ସୁକରପଡ଼ା ଛକ ନିକଟରେ ଏହି ସ୍ୱର୍ଗରଥକୁ ଧକ୍କା ଦେଇଥିଲା ।

ସ୍ଥାନୀୟ ଲୋକମାନେ ଆହତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ପ୍ରଦିପ୍ତ କୁମାର ରାଉତ, ସମରପ୍ରସାଦ ଜେନା ଏବଂ ଶରତ କୁମାର ନାୟକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ରକ୍ତଶ୍ରାବ ବନ୍ଦ ନହେବାରୁ ଡ଼ାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ଅପରପକ୍ଷରେ ଟାଟା ଏସି ଡ଼୍ରାଇଭର ଫେରାର ହୋଇଯାଇଥିଲା ବେଳେ ନିଶ୍ଚିନ୍ତକୋଇଲି ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଅନ୍ୟ ଏକ ଗାଡ଼ିରେ ପଠାଇ ଟାଟା ଏସିକୁ ଜବତ କରି ଥାନାକୁ ନେଇଥିଲେ । ଶବ ନେଇ ଯାଉଥିବା ଲୋକମାନେ ସୌଭାଗ୍ୟବଶତଃ ଶବ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।