Onn 3

ସ୍କୁଲ ରୂପାନ୍ତରୀକରଣ ୫ଟି କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ କେଣ୍ଟାଳ ପଞ୍ଚାୟତ ମଲ୍ଲୀପୁର ଠାରେ ଥିବା ଶ୍ରୀଅରବିନ୍ଦ ଉଚ୍ଚବିଦ୍ୟାଳୟ ୪ର୍ଥ ପର୍ଯ୍ୟାୟ ୫ଟି ଯୋଜନାରେ ସ୍କୁଲ ରୂପାନ୍ତରୀକରଣ କରାଯିବା ପାଇଁ ପଞ୍ଜୀକୃତ ହୋଇଛି । ହେଲେ ଏହି ବିଦ୍ୟାଳୟର ସଠିକ୍ ଭିତ୍ତିଭୂମି ନଥିବାରୁ କାର୍ଯ୍ୟ ଆରମ୍ଭରେ ବିଳମ୍ବ ଦେଖାଦେଇଛି । କିଭଳି ଉକ୍ତ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟ ଅଗ୍ରଗତି କରିବ ସେ ନେଇ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ମଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀ ଜେନା ଯୋଗଦେଇ କାର୍ଯ୍ୟ ଆରମ୍ଭ ହେବାରେ ଉପୁଜିଥିବା ସମସ୍ୟା ସଂକ୍ରାନ୍ତରେ ଅବଗତ ହେଲା ପରେ ଏହାର ସମାଧାନ କିପରି କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ ।

ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତର ବ୍ୟୋଜେଷ୍ଠ ମୁରବୀ , ଜନପ୍ରତିନିଧି ଓ ନେତୃବୃନ୍ଦ ପ୍ରତ୍ୟକ୍ଷ ଭାବେ ଏହି କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ମୁଖ୍ୟବକ୍ତା ଭାବେ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ , ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷେହୀରାଲାବଣ୍ୟବତୀ ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ସରପଞ୍ଚ ତୃପ୍ତିମୟୀ ନାୟକ,ପୂର୍ବତନ ସିଆରସିସି ଧରଣୀଧର ବେହେରା, ସିଆରସିସି ଅଲେଖଚନ୍ଦ୍ର ବାରିକ, ମିଶନ ଶକ୍ତ ମହାସଂଘର ସଭାନେତ୍ରୀ ସ୍ନେହଲତା ରାଉତରାୟ,ପୂର୍ବତନ ସରପଞ୍ଚ ଅନ୍ନଦାପ୍ରସନ୍ନ ନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ପୁରାତନ ଛାତ୍ର ଛାତ୍ରୀ , ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ ଉପସ୍ଥିତ ହୋଇ ସ୍କୁଲର ଉନ୍ନତିକରଣ କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ସମ୍ମତି ଦେଇଥିଲେ । ଶେଷରେ ସମିତିସଭ୍ୟ ଇମ୍ରାନ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ ।