Onn 3

ଅଖିଳ ଭାରତୀୟ କଂଗ୍ରେସ ଓବିସି ବିଭାଗ ର ରାଷ୍ଟ୍ରୀୟ ଚେୟାରମ୍ୟାନଙ୍କ ତିନିଦିନିଆ ଓଡିଶା ଗସ୍ତ

State

ବାରିପଦା: ଅଖିଳ ଭାରତୀୟ କଂଗ୍ରେସ ଓ. ବି. ସି. ବିଭାଗ ର ରାଷ୍ଟ୍ରୀୟ ଚେୟାରମ୍ୟାନ କେପ୍ଟେନ ଅଜୟ ସିଂହ ଯାଦବଙ୍କ ତିନିଦିନିଆ ଓଡିଶା ଗସ୍ତ ଅବସରରେ ଭୁବନେଶ୍ୱର କଂଗ୍ରେସ ଭବନରେ ରାଜ୍ୟ ଓବିସି ବିଭାଗ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ମୟୁରଭଞ୍ଜ ଜିଲ୍ଲାର ଟାଣୁଆ ଓ. ବି. ସି ନେତା ତଥା ରାଜ୍ୟ ମିଡ଼ିଆ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ମୟୁରଭଞ୍ଜ ଜିଲ୍ଲାର ଯୁବ ନେତା ତଥା ପୂର୍ବତନ ବାଙ୍ଗରିପୋଷୀ ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ଓ ସରପଞ୍ଚ ଲମ୍ବୋଧର ସିଂହ ତାଙ୍କ ସମର୍ଥକ ମାନଙ୍କ ସହିତ ଆଜି କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗଦେଲେ l

ଉକ୍ତ ମିଶ୍ରଣ ପର୍ବ ରେ କେପ୍ଟେନ ସିଂହ ସମେତ ପୂର୍ବତନ ପି ସି ସି ସଭାପତି ଓ ମନ୍ତ୍ରୀ ଜୟଦେବ ଜେନା, ସୁରେଶ କୁମାର ରାଉତରାୟ, ସାଂସଦ ତଥା ଆଇ. ଏନ. ଟି. ଉ. ସି ର ରାଷ୍ଟ୍ରୀୟ ଅଧକ୍ଷ ରାମଚନ୍ଦ୍ର ଖୁଣ୍ଟିଆ,ପି ସି ସି ଉପସଭାପତି ଶିବାନନ୍ଦ ରାୟ,ଓ. ବି. ସି ବିଭାଗ ସାଧାରଣ ସମ୍ପାଦକ ତଥା ବିହାର ପ୍ରଭାରୀ ରାଜକିଶୋର ବାରିକ,ଓବିସି ବିଭାଗ ରାଜ୍ୟ ପ୍ରଭାରୀ ଇଂ ସରୋଜ ମହାତ, ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାସ, କଟକ ସଭାପତି ମାନସ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ମନରଞ୍ଜନ ରାଉତରାୟ, ଶତ୍ରୁଘ୍ନ ବେହେରା, ସମେତ ବିଭିନ୍ନ ସେଲ ର ସଭାପତି ବରିଷ୍ଠ ନେତାଗଣ ଯୋଗଦେଇଥିଲେ l