Onn 3

ଜୁବୁଲୀ ବିଦ୍ୟାପୀଠରେ ଗୁରୁ ଶିଷ୍ୟ ଙ୍କ ସମ୍ବାଦପର୍ବ

State

ନିଶ୍ଚିନ୍ତକୋଇଲି : ବନ୍ଧକାଟିଆ ପଞ୍ଚାୟତ ସ୍ଥିତ ଜୁବୁଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୦୦ ମସିହା ମାଟ୍ରିକ ବ୍ୟାଚ୍ ଛାତ୍ର ଛାତ୍ରୀମାନେ ଉଭୟ ଗୁରୁ ଓ ଶିଷ୍ୟଙ୍କ ମହାମିଳନକୁ ଗୁରୁ ଶିଷ୍ୟ ସମ୍ବାଦପର୍ବ ରୂପେ ପାଳନ କରିଛନ୍ତି । ହଜିଯାଉଥିôବା ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଏହି ବ୍ୟାଚ୍ ର ୫୦ ଜଣ ଛାତ୍ର ଛାତ୍ରୀ ଏଭଳି କାର୍ଯ୍ୟକ୍ରମ କରି ସମାଜରେ ପ୍ରଶଂସିତ ହୋଇଛନ୍ତି । ବିଦ୍ୟାଳୟର ତତକାଳୀନ ଶିକ୍ଷକ ପଣ୍ଡିତ ଭାଗ୍ୟଧର ନାୟକ, ଭରତଚନ୍ଦ୍ର ତ୍ରିପାଠୀ,କୈଳାସ ମହାନ୍ତି, ନିତ୍ୟାନନ୍ଦ ରଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଦିବଂଗତ ଗୁରୁ ଓ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅନେକ ବର୍ଷ ପରେ ଗୁରୁମାନେ ପୁରାତନ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶରେ ସୋମାନଙ୍କର ଅଭିଜ୍ଞତା ଓ ଉପଦେଶମୂଳକ ବାର୍ତ୍ତା ରଖିଥିଲେ । ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନରେ ଏକ ଉତ୍ସାହ ସୃଷ୍ଟି ହୋଇଥିଲା । ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସମସ୍ତ ଶିକ୍ଷକମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥ୍‌ôରେ ପ୍ରଧାନଶିକ୍ଷକ ଶରତଚନ୍ଦ୍ର ଷଢଙ୍ଗୀ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ର ସୁଶାନ୍ତ କୁମାର ମାହାଳି କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ସଂଯୋଜକ ଶିଶିର କୁମାର ସ୍ୱାଇଁ, ସହ ସଂଯୋଜକ ପ୍ରେମସ ଚନ୍ଦ୍ର ସାହୁ ଙ୍କ ଉଦ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।