Onn 3

ଆଗରପଡ଼ା ବାଳିକା ହାଇସ୍କୁଲ ବାର୍ଷିକ ଉତ୍ସବ

State

ଆଗରପଡ଼ା, :ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ନାରୀ ଶିକ୍ଷାର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି କହିଥିଲେ । ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ,ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଅନିଲ ନାୟକ,ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ,ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ,ସିଆରସିସି ନିରଜଂନ ଖିଲାର,ଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପ୍ରକାଶ ବିଶ୍ୱାଳ,ସରପଂଚ ସୁଭଦ୍ରା ସିଂହ,ସମାଜସେବୀ ସାବିତ୍ରୀ ନାୟକ,ଏସଏମସି ସଭାପତି ବର୍ଷାରାଣୀ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ବିପିନ ବିହାରୀ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ଶିକ୍ଷକ ଅଜିତ ରାଉଳ ଅତିଥି ପରିଚୟ,ଶିକ୍ଷୟିତ୍ରୀ ଭାଗ୍ୟଶ୍ରୀ ପଣ୍ଡା ବାର୍ଷିକ ବିବରଣୀ ପାଠ କରିବା ସହ ଶିକ୍ଷକ କୈଳାସ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି ଅବସରରେ କୃତୀ ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏସଏମସି ଉପସଭାପତି ଗଗନ ବିହାରୀ ସିଂହ,ସଭ୍ୟ ତଥା ସାମ୍ବାଦିକ ଅକ୍ଷୟ ସିଂହ,ଦୋଳ ଗୋବିନ୍ଦ ନାଥ,ଶିକ୍ଷକ ଭିମସେନ ପାଲ, ଶିକ୍ଷୟିତ୍ରୀ ପ୍ରମୋଦିନୀ ସାହୁ,ବନଜିନୀ ନାୟକ,ରଂଜିତା ଶିଅଳ,ବିଦ୍ୟୁତ୍‌ଲତା ଦାଶ,ଷ୍ଟାଲିନ ପାଣିଗ୍ରାହୀ ପ୍ରମୁଖ ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା କରିଥିଲେ । ଶିକ୍ଷୟିତ୍ରୀ ସାବିତ୍ରୀ ଦାଶଙ୍କ ନିର୍ଦ୍ଦେଶନାରେ ଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।