Onn 3

ଆଗରପଡ଼ା କଲେଜରେ “ନୂଆ-ଓ”ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

State

ଆଗରପଡ଼ା :ଆଗରପଡ଼ା କଲେଜରେ ତିନିମାସ ଧରି ଚାଲିଥିବା “ନୁଆ-ଓ”ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ନବୀନ ବାବୁଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ଉଚ୍ଚପ୍ରଶଂସା କରିବା ସହ ନିଜ ମାତୃ ଭାଷାର ଜତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ,ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ,ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି,ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟ ସାଧନ ବେଜ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କଲେଜ ପରିଚାଳନା କମିଟି ସଭାପତି ପ୍ରଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ନାରାୟଣ ପାତ୍ର ସ୍ୱାଗତ ଭାଷଣ ଓ ପ୍ରୋଗ୍ରାମ ନୋଡ଼ାଲ ଅଫିସର ଅଧ୍ୟାପିକା ପ୍ରେମଲତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଅନ୍ୟତମ ନୋଡ଼ାଲ ଅଫିସର ଡ଼ଃ ହରିହର ଦାଶ,ଅଧ୍ୟାପକ ବିକାଶ ମହାପାତ୍ର,ଅଧ୍ୟାପକ ତାରାକାନ୍ତ ମଲ୍ଲିକ,ରାଜେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କଲେଜ ମୁଖ୍ୟ ସହାୟକ ବିଜୟ ଦାସଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।