Onn 3

ରାଜ୍ୟ ସ୍ତରୀୟ ଅସୁରେଶ୍ୱର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

sports State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକର ବହୁ ପୁରାତନ କ୍ରୀଡ଼ା ଅନୁଷ୍ଠାନ ଅସୁରେଶ୍ୱର ଆଥଲେଟିକ୍ ଆସୋସିଏସନ ପକ୍ଷରୁ ୪୯ତମ ବାର୍ଷିକ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଛି । ଏହାର ପ୍ରଥମ ୍‌କ୍ୱାଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡ଼ା ସୁରଜ ସ୍ପୋଟିଂ କ୍ଲବ ଏବଂ ଜଗତସିଂହପୁରର ମେହେନ୍ଦୀପୁର ଫୁଟବଲ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦୁଇ ଦଳ ମଧ୍ୟରେ ଚିତାକର୍ଷକ ଖେଳ ଅନୁଷ୍ଠିତ ହୋଇଥିଲେ ମଧ୍ୟ ମେହେନ୍ଦୀପୁରକୁ ୨-୦ ଗୋଲରେ ସୁରଜ ସ୍ପୋଟିଂ ପରାଜିତ କରିଥିଲା । ମହମ୍ମଦ ଜହୁର, ଟୁକୁନା ଭୋଇ , ଏସକେ ହଇଦ୍ ଖେଳ ପରିଚାଳନା କରିଥିଲା ବେଳେ ସଞ୍ଜୟ କୁମାର ସାହୁ ଧାରା ବିବରଣୀ ପ୍ରଚାର କରିଥିଲେ ।

ଆସୋସିଏସନର ସଭାପତି ଅନନ୍ତ କୁମାର ଦାସଙ୍କ ପୌରହିତ୍ୟ ଏବଂ ସମ୍ପାଦକ ଅକ୍ଷୟ କୁମାର ବଳଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ଇଂ.ଚିତ୍ତରଂଜନ ସ୍ୱାଇଁ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶ୍ରୀନିବାସ ସାହୁ, ସାଗର ଲାଲ , ଦିବ୍ୟରଂଜନ ସିଂ, ଜଲାଲ ଅହମ୍ମଦ,ଜିତନ କୁମାର ସିଂ, ସୁରେନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦକ ବିଜୟ କୁମାର ବଳ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅନୁଷ୍ଠାନର ସମସ୍ତ ସଭ୍ୟମାନେ ଟୁଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ । ସୋମବାର ଦିନ ଦ୍ୱିତୀୟ କ୍ୱାଟର ଫାଇନାଇ କଟକ ଜିଲ୍ଲାର ପ୍ରତାପ ନଗରୀ ଫୁଟବଲ ଟିମ୍ ଓ ସାଲେପୁର ଫୁଟବଲ ଟିମ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶ୍ରୀ ବଳ ପ୍ରକାଶ କରିଛନ୍ତି ।