Onn 3

ଦିଲ୍ଲୀରେ ପୁରସ୍କୃତ ଓଡ଼ିଆ ଛାତ୍ରଙ୍କୁ ସ୍ୱାଗତ ଶୁଭେଚ୍ଛା

State

ନିଶ୍ଚିନ୍ତକୋଇଲି : ନୂଆଦିଲ୍ଲୀ ସ୍ଥିତ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଆ ଛାତ୍ର ପ୍ରଦୀପ କୁମାର ମହାପାତ୍ର ପୁରସ୍କୃତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ନିଶ୍ଚିନ୍ତକୋଇଲି ଅଞ୍ଚଳର ଲୋକମାନେ ବେଶ ଉତ୍ସାହିତ ହୋଇ ତାଙ୍କୁ ବିଭିନ୍ନ ମହଲରେ ସ୍ୱାଗତ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଏହି ଅବସରରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ସମୀର କୁମାର ସାମଲ, ଆମ ମାହାଙ୍ଗା ଅଧ୍ୟକ୍ଷ ଡ଼ଃ.ଅମରେନ୍ଦ୍ର ମହାନ୍ତି, ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ସଂଗୀତା ମିଶ୍ର, ସମାଜସେବୀ ରମେଶଚନ୍ଦ୍ର ସ୍ୱାଇଁ, ପରିବେଶବିତ୍ ପ୍ରମୋଦ କୁମାର ଦାଶ, ସାହିତ୍ୟିକ ଦେବେନ୍ଦ୍ରନାଥ ସାହୁ, ନାରୀକବି ରୀନାରାଣୀ ମହାନ୍ତି, ସାମ୍ବାଦିକ ଶାରଦା ପଣ୍ଡା, ସାମ୍ବାଦିକ ଉମାଶଙ୍କର ସାହୁ, ସାମ୍ବାଦିକ ଜୟପ୍ରକାଶ ମିଶ୍ର, ଆଇନଜୀବୀ ସ୍ମୃତିରଂଜନ ରାଉତ,ଅବଦୁଲ ରଜାକ ଖାଁ, ଶିକ୍ଷୟିତ୍ରୀ ସୁଷମା ମହାପାତ୍ର, ଆରତୀ ନାୟକ ପ୍ରମୁଖ ସ୍ୱାଗତ ଶୁଭେଚ୍ଛା ଜଣାଇବା ସହ ଉତ୍ତରୋତର ଉନ୍ନତି କାମନା କରିଛନ୍ତି ।