Onn 3

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା

Crime State

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି RWDର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘରେ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଓ ଭଦ୍ରକର ୭ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍‌।

ସରକାରୀ ବାସଭବନ ସମେତ ଭଦ୍ରକ ସହର ଆଚାର୍ଯ୍ୟନଗର ସ୍ଥିତ ବାସଭବନରେ ମଧ୍ୟ ରେଡ୍‌ ହୋଇଛି । ବନ୍ତ ସ୍ଥିତ ପୈତୃକ ଘରେ ଓ ଶ୍ୱଶୁର ଘରେ ଚାଲିଛି ଚଢାଉ। DSP ବୀରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ରାଉରକେଲା ଭିଜିଲାନ୍ସ ଟିମ୍‌ ଦ୍ୱାରା ଚଢ଼ାଉ ଜାରି ରହିଛି । ଚଢାଉରେ ୪ ଜଣ DSP, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ASI ସମେତ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି।