Onn 3

ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ

State

ନିଶ୍ଚିନ୍ତକୋଇଲି: କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକରେ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ନେମାଳ ଓ ତିଳକଣା ପଞ୍ଚାୟତରେ ଉଦଘାଟିତ ହୋଇଛି । ନେମାଳ ପଞ୍ଚାୟତରେ ଯୁବନେତା ଅଚ୍ୟୁତାନନ୍ଦ ଦାସଙ୍କ ପୌରହିତ୍ୟରେ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥ୍‌ôରେ ଜିଲ୍ଲାପରିଷଦ ସଭ୍ୟ ବିଳାସ ଭୋଇ,ସରପଞ୍ଚ ସସ୍ମିତା ମହାନ୍ତି, ସମିତିସଭ୍ୟ ବିଶ୍ୱେନ୍ଦୁ ମହାରଣା, ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର, ବ୍ଲକ ବିଜେଡ଼ି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ,ଅମୀୟ ମହାନ୍ତି,ବିମଳ ଦାସ,ବଳଦେବାନନ୍ଦ ଦାସ,ହିମାଂଶୁ ଦାସ, ସୁନାକର ସାହୁ,ଜଗବନ୍ଧୁ ସେଠୀ,ସରପଞ୍ଚ ସ୍ୱାଧୀନ ଭୂୟାଁ,ସରୋଜ ବେହେରା,ଦିଲ୍ଲୀପ ବିଶ୍ୱାଳ,ରମାକାନ୍ତ ବେହେରା, ପଦ୍ମାବତୀ ସାହୁ,ରମେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ତିଳକଣା ପଞ୍ଚାୟତରେ ସରପଞ୍ଚ ନିରୁପମା ଷଢଙ୍ଗୀଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟଅତିଥି ଭାବେ ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

Ama Odisha Nabin Odisha Karykrama Tilakana Gp Re Udghatita

ଏଥ୍‌ôରେ ବିଡ଼ିଓ ଧର୍ମରଂଜନ ପଣ୍ଡା , ସିଡ଼ିପିଓ ସତ୍ୟଭାମା ବିଶୋଇ, ପୂର୍ବତନ ସରପଞ୍ଚ ବିଶ୍ୱନାଥ ପଣ୍ଡା, ନାଏବ ସରପଞ୍ଚ ଶାନ୍ତିଲତା ସାହୁ,ପ୍ରାକ୍ତନ ଉପାଧ୍ୟକ୍ଷା ସଂଯୁକ୍ତା ଭୂୟାଁ,ପଞ୍ଚାୟତ ସଭାପତି ରମେଶ ଜେନା,ୱାର୍ଡ଼ ସଭ୍ୟ ସୋମନାଥ,ପ୍ରମୋର ବାରିକ ପ୍ରମୁଖ ଯୋଗ ଦେଇ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ସଶକ୍ତ ଓଡ଼ିଶା କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ନେମାଳ ପଞ୍ଚାୟତରୁ ୩୭ଟି ଓ ତିଳକଣା ପଞ୍ଚାୟତରୁ ୩୮ଟି ପ୍ରକଳ୍ପ ନିର୍ମାଣ କରାଯିବା ପାଇଁ ଲୋକମାନେ ପ୍ରସ୍ତାବ ଆଗତ କରିଥିଲେ । ପ୍ରଥମେ ଦୁଇଟି ଯାକ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଏଲଇଡ଼ି ରଥ ମାଧ୍ୟମରେ ଗାଁ ଗାଁ ବୁଲି ଭିଡ଼ିଓ ପ୍ରଦର୍ଶିିତ ହୋଇଥିଲା । ଏହାଛଡ଼ା ସମସ୍ତ ପଞ୍ଚାୟତରେ ଲୋକମାନଙ୍କୁ ଯୋଜନାର ସଫଳ ରୂପାୟନ ସଂକ୍ରାନ୍ତରେ ଏକ ସଚେତନତା ପୁସ୍ତକ ମଧ୍ୟ ବଣ୍ଟନ କରାଯାଇଥିଲା ।

Ama Odisha Nabin Odisha Karykrama Daudpur Gp Re Udghatita