Onn 3

ବୈତୁଲମାଲ ସୁକନଈ ୱେଲଫାୟାର ଫାଉଣ୍ଡେସନ ପକ୍ଷରୁ ଡ଼େକ୍ସ ,ବେଞ୍ଚ ପ୍ରଦାନ

State

ନିଶ୍ଚିନ୍ତକୋଇଲି : ନରେନ୍ଦ୍ରପୁର ପଞ୍ଚାୟତ କାକୁଡ଼ିଆପଡ଼ାର ଅଗ୍ରଣୀ ସେବା ସଂସ୍ଥା ବୈତୁଲମାଲ ସୁକନଈ ୱେଲଫାୟାର ଫାଉଣ୍ଡେସନ ପକ୍ଷରୁ ଅବଦୁଲ ଗଫାର ମଇ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଡ଼େକ୍ସ ,ବେଞ୍ଚ ପ୍ରଦାନ କରାଯାଇଛି । ଏହି ସ୍କୁଲର ଷଷ୍ଠ ଓ ସପ୍ତମ ଶ୍ରେଣୀରେ ୭୧ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିଲା ବେଳେ ସରକାରଙ୍କ ପକ୍ଷରୁ ସହାୟତା ଦିଆଯାଇନଥିବାରୁ ସେମାନେ ଚଟାଣରେ ବସି ପାଠ ପଢୁଥିଲେ । ବିଦ୍ୟାର୍ଥୀଙ୍କ ପାଠପଢାରେ ଏଭଳି ଅସୁବିଧାକୁ ଲକ୍ଷ୍ୟ କରି ଗଣତନ୍ତ୍ର ଦିବସ ଅବସରରେ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟକୁ ନୂତନ ଡ଼େକ୍ସ ,ବେଞ୍ଚ ଦିଆଯାଇଥିଲା । ଦୀର୍ଘ ୭ବର୍ଷ ହେବ ଉକ୍ତ ଫାଉଣ୍ଡେସନ ଦୀପାଞ୍ଚଳରେ ବସବାସ କରୁଥିବା ଗରିବ, ଖଟିଖିଆ.ମୂଲିଆ ଶ୍ରେଣୀର ଲୋକମାନଙ୍କ ପିଲାମାନଙ୍କୁ ପାଠ ପଢିବାରେ, ଝିଅ ବିବାହରେ , ରୋଗ ବୈରାଗରେ,ଅଗ୍ନିବିପନ୍ନ, ଦୁର୍ଘଟଣାରେ ସାହାଯ୍ୟ ସହଯୋଗ କରି ଆସୁଥିବା ଏବଂ ବିଭିନ୍ନ ଅନୁଷ୍ଠାନ ପରିଚାଳନାରେ ଆର୍ଥିକ ସହଯୋଗ କରି ବେଶ ପ୍ରଶଂସା ପାତ୍ର ପାଲଟିଛି ।

Baitul Mall Suknai Pakhyaru Chair Bench Bantana 2

ଫାଉଣ୍ଡେସନର ନିର୍ଦ୍ଦେଶକ ସେକ୍ ହୁମାୟୁନ୍ ଅଲ୍ଲି, ମିର୍ଜା ଇସ୍ତାକ ବେଗ,ମିର୍ଜା ଅବୁତାର ବେଗ୍ ବିଦ୍ୟାଳୟରେ ପହଞ୍ଚି ଛାତ୍ର ଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରି ଦେଶ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ସେକ୍ ଗୁଲାମ୍ ମୃତାର୍ଜ, ସମ୍ପାଦକ ସେକ ଲାଫିଜଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ହୋଇଥିଲେ । ଉକ୍ତ ଅନୁଷ୍ଠାନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଅସହାୟଙ୍କ ପାଇଁ ସବୁବେଳେ ସହଯୋଗର ହାତ ବଢାଇବାକୁ ସଜାଗ ଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

Baitul Mall Suknai Pakhyaru Chair Bench Bantana 1