Onn 3

ନୂଆ-ଓ କାର୍ଯ୍ୟକ୍ରମରେ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ

State

ନିଶ୍ଚିନ୍ତକୋଇଲି : ଉତ୍ତରକୂଳ ସ୍ଥିତ ଚିତ୍ରୋତ୍ପଳା ଉଚ୍ଚ ମାଧ୍ୟମିକ ଶିକ୍ଷା ଓ ବୈଷୟିକ ବିଦ୍ୟାଳୟରେ ନୂଆ-ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଭାଷା ଓ ସାହିତ୍ୟ ପ୍ରତିଯୋଗିତାକୁ କଲେଜ ଅଧ୍ୟକ୍ଷ ଜ୍ଞାନରଂଜନ ଦାସ ଉଦଘାଟନ କରିଛନ୍ତି । ନୋଡ଼ାଲ ଅଫିସର ସାରସ୍ୱତ ସାଧକ ଅଧ୍ୟାପକ ଡ଼ଃ.ବିଜୟ କୁମାର ରାଉତଙ୍କ ପୌରହିତ୍ୟରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ,କବିତା ଲେଖନ, ହସ୍ତାକ୍ଷର, କ୍ଷୁଦ୍ର ଗଳ୍ପ ଲିଖନ,ସ୍ଲୋଗାନ ଲେଖା ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା । ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଦାସ ଯୋଗ ଦେଇ ଓଡ଼ିଆ ଭାଷାର ଉତ୍କର୍ଷତା ସମ୍ପର୍କରେ ଆଲୋଚନା କରିଥିଲେ ।

ଏଥ୍‌ôରେ ଓଡ଼ିଆ ବିଭାଗର ଅଧ୍ୟାପିକା ବିଜୟଲକ୍ଷ୍ମୀ ଭୋଇ, ଅଧ୍ୟାପକ ବିପିନବିହାରୀ ମହାନ୍ତି,ଆଧ୍ୟାପକ ପ୍ରଦିପ କୁମାର ତ୍ରିପାଠ,ଅଧ୍ୟାପିକା ତିଳୋତ୍ତମା ନାୟକ, ଅଧ୍ୟାପିକା ଭାଗ୍ୟଶ୍ରୀ ଦାସ ପ୍ରମୁଖ ଯୋଗ ଦେଇ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କର ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂକ୍ରାନ୍ତରେ ଆଲୋଚନା କରିଥିଲେ । କରୁଣାକର ସାହୁ ,ରସାନନ୍ଦ ଖଟୁଆ, ପୁରୁଷୋତ୍ତମ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।