Onn 3

ବଚ୍‌ପନ ବିଦ୍ୟାଳୟର ବାର୍ଷିକ ଉତ୍ସବ ବଚପନ୍‌

State

ବାରିପଦା : ବାରିପଦା ସ୍ଥିତ୍ ସହିଦ୍‌ସ୍ମୃତି ଭବନ ପରିଷରରେ ବଚ୍‌ପନ ସ୍କୁଲର ଅଧ୍ୟକ୍ଷା ମିନାକ୍ଷୀ ପାତ୍ରଙ୍କ ପୌରହିତ୍ୟରେ ବାର୍ଷିକ ଉତ୍ସବ (ବଚପନ୍‌…….ଇଂ-୨୦୨୪) ପାଳିତ ହୋଇଯାଇଛି । ଶ୍ରୀଯୁକ୍ତ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ (ମହାରାଜା ବାରିପଦା) ମୁଖ୍ୟ ଅତିଥି ଓ ରାଜଜେମା ମିନାଲିକା ଭଞ୍ଜଦେଓ ଅତିଥି ଭାବେ ଏବଂ ଶ୍ରୀ ସନ୍ତୋଷ ଯୋଶୀ (ବନଖଣ୍ଡ ଅଧିକାରୀ) ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ନିଜର ନୈତିକ ମୁଲ୍ୟବୋଧ ପ୍ରତିଷ୍ଠା କରିବାରେ, ଶିକ୍ଷା କିପରି ସହାୟତା ହୋଇଥାଏ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ ।

ଅନୁଷ୍ଠାନର ଟ୍ରଷ୍ଟି ସୁଭ୍ରାନ୍ତି ମହାନ୍ତି ଅନୁଷ୍ଠାନର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ବନ୍ଧରେ ବକ୍ତବ୍ୟ ରଖିଥିବା ବେଳେ, ବିଭିନ୍ନ କ୍ଷେତ୍ରରେ କୃତ୍ତି ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଓ ଶେଷରେ ଶିକ୍ଷୟିତ୍ରୀ ଅଲଭିନା ସାୟବା ଧନ୍ୟବାଦ ଅର୍ପଣ କରିଥିଲେ ।