Onn 3

ସ୍ୱର୍ଗୀୟ ଚୈତନ୍ୟ ପ୍ରସାଦ ମାଝୀଙ୍କର ୫ମ ଶ୍ରାଦ୍ଧ ଦିବସ ପାଳିତ

State

ବାରିପଦା : ଆଜି ସ୍ଥାନୀୟ ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନଠାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ସରକାରଙ୍କର ପୂର୍ବତନ ଶିକ୍ଷା, ଅନୁସୂଚୀତ ଜାତି, ଜନଜାତି ବିଭାଗର କ୍ୟାବିନେଟ ମନ୍ତ୍ରୀ ସ୍ୱର୍ଗୀୟ ଚୈତନ୍ୟ ପ୍ରସାଦ ମାଝୀଙ୍କର ୫ମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ସ୍ମୃତି ସଭାରେ ଜିଲ୍ଳାର ବିଭିନ୍ନ ସ୍ଥାନରୁ ନେତୃମଣ୍ଡଳୀମାନେ ଉପସ୍ଥିତ ରହି ଏହି ଅମ୍ଳାନ ଆତ୍ମା ସ୍ୱର୍ଗୀୟ ମାଝୀଙ୍କର ସ୍ମୃତିଚାରଣ କରିଥିଲେ । ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ପୌରହିତ୍ୟରେ ସ୍ମୃତିସଭା ଆରମ୍ଭ ହୋଇଥିଲା । ପ୍ରଥମେ ମାନ୍ୟବର ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଜୁ ଜନତା ଦଳ ଜିଲ୍ଲା ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ବାରିପଦା ପୌରପରିଷଦର ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଅନୁସୂଚୀତ ଜାତି, ଜନଜାତି, ସଂଖ୍ୟଲଘୁ ଏବଂ ପଛୁଆବର୍ଗ ଉନ୍ନୟନ ବିଭାଗ, ଓଡ଼ିଶା ସରକାରଙ୍କ ଉପଦେଷ୍ଟା ତଥା ପୂର୍ବତନ ରାଜ୍ୟସଭା ସାଂସଦ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ, ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଶ୍ରୀନାଥ ସରେନ, ରାଜ୍ୟ କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମୟରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତି, ବାରିପଦା ନିର୍ବାଚନ ମଣ୍ଡଳୀର ସଂଯୋଜକ ପ୍ରଭାତ ନାୟକ, ମୟୂରଭଞ୍ଜ ବିଜୁ ମହିଳା ଜନତା ଦଳର ସଭାପତି ଦୀପ୍ତିଲତା ମିଶ୍ର, ବାରିପଦା ପୌରପରିଷଦର ଉପ-ନଗରପାଳ ସୀମା ଦାସ, ରାଜ୍ୟ ଖୋଦୀ ବୋର୍ଡ ସଦସ୍ୟ ସରୋଜ କୁମାର ବୋଷ, ବରିଷ୍ଠ ଆଇନଜୀବି କୃଷ୍ଣ ଦାସ, ବିଶିଷ୍ଟ ସମବାୟବିତ୍ ଦେବୀଦତ୍ତ ଦାସ, ମହିଳା ନେତ୍ରୀ ସନ୍ଧ୍ୟାରାଣୀ ଦାସ, ସବିତା ବେହେରା, ଶ୍ରାବଣୀ ଦାସ, ସତ୍ୟପ୍ରକାଶ ଦାସ, ରାଜ୍ୟ ମୁଣ୍ଢା ସମାଜର ସଭାପତି ରବୀନ୍ଦ୍ର ସିଂ ପ୍ରମୁଖ ସ୍ୱର୍ଗୀୟ ମାଝୀ ଶିକ୍ଷା ମନ୍ତ୍ରୀ ଥିବା ସମୟରେ ରାଜ୍ୟ ତଥା ଜିଲ୍ଳାରେ ଶିକ୍ଷାର ବିକାଶର ମୂଳ ଦୂଆ ସ୍ଥାନ ହୋଇଥିଲା ଏବଂ ସେହି ପରିପ୍ରେକ୍ଷୀରେ ଆଜି ବହୁ ଲୋକ ଜୀବନ ଜୀବିକା ନିର୍ବାହ କରିପାରୁଛନ୍ତି ବୋଲି ସ୍ମୃତି ଚାରଣରେ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଅନନ୍ତ ଦାସ, ମହେଶ ଭଂଜଦେଓ, ପ୍ରଶାନ୍ତ ବେହେରା, ପ୍ରଭାତ ମହାନ୍ତି, ସୁକେଶିନୀ ସେଠୀ, ଅନୁରାଧା ମହାନ୍ତି, ପୂଜା ତରେଇ, ଶୈଳେନ୍ଦ୍ର ପାତ୍ର, କିଶୋର ପାତ୍ର, ତପୁ ଦାସ, ସେକ୍ ଆଶ୍ରମ, ମାନୀ ଗିରି ପ୍ରମୁଖ ଉପସ୍ଥିତ ଥିଲେ । ସର୍ବ ଶେଷରେ ବିଜୁ ଛାତ୍ର ଜନତା ଦଳର ସଭାପତି ସୁନୀଲ ନାୟକ ତାଙ୍କ ବକ୍ତବ୍ୟରେ ଆଜି ଶିକ୍ଷାର ବିକାଶରେ ଛାତ୍ର ମାନଙ୍କର ବିକାଶ ଘଟିଥାଏ ବୋଲି ବକ୍ତବ୍ୟ ଦେଇ ସଭା ସାଙ୍ଗ କରିଥିଲେ ।