Img 20240924 Wa0300

ରାଜ୍ୟ ସ୍ତରୀୟ ସାହାଣୀ କପ – ୨୦୨୪ ପାଇଁ ସାମ୍ବାଦିକ ସମ୍ମିଳନୀ

State
  • ସେପ୍ଟେମ୍ବର ୨୫ ରୁ ଆରମ୍ଭ ହେବ ଖେଳ

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ତଥା ଓଡିଶା ଫୁଟବଲ ଏସୋସିଏସନର ସହଯୋଗରେ ଚଳିତ ମାସ ୨୫ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ୬୩ ତମ ରାଜ୍ୟ ସ୍ତରୀୟ ଆନ୍ତଃ ଜିଲ୍ଲା ଫୁଟବଲ ଚମ୍ପିୟାନସିପ “ସାହାଣୀ କପ”- ୨୦୨୪ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ସାଧାରଣ ସମ୍ପାଦକ ବିଜୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଓ ସୁବ୍ରମନିୟମ ମହାନ୍ତି, ଫୁଟବଲ ସମ୍ପାଦକ ଅମର କୁମାର ସେଠୀ, କାଉନସିଲ ସଭ୍ୟ ତଥା ଓଡିଶା ଫୁଟବଲ ଏସୋସିଏସନର ଉପ ସଭାପତି ଅସିତ ପତି, ପ୍ରମୁଖ ଉପସ୍ଥିତ ରହି ୯ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସାହାଣୀ କପ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ I ଓଡିଶାର ୪ ଟି ଜୋନରେ ଖେଳ ହେଉଥିବା ବେଳେ ବାରିପଦାରେ ବୌଦ୍ଧ, ମୟୁରଭଞ୍ଜ, ଭଦ୍ରକ, ଅନୁଗୁଳ, ବାଲେଶ୍ୱର, ଦେବଗଡ଼, ଯାଜପୁର ଓ ଢେଙ୍କାନାଳ ଜିଲ୍ଲା ଖେଳିବେ ବୋଲି ଫୁଟବଲ ସମ୍ପାଦକ ପ୍ରକାଶ କରିଥିଲେ I ଏହି ଚମ୍ପିୟାନସିପ ସେପ୍ଟେମ୍ବର ୨୫ ତାରିଖଠାରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସହ କ୍ଵାଟର ଫାଇନାଲ ଅକ୍ଟୋବର ୨, ସେମିଫାଇନାଲ ୪ ଓ ଫାଇନାଲ ୬ ତାରିଖରେ ହେବ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି I ୧୮ ବର୍ଷ ତଳେ ବାରିପଦାରେ ଖେଳାଯାଇଥିବା ସାହାଣୀ କପରେ ମୟୁରଭଞ୍ଜ ରନର୍ସ ଅପ ହୋଇଥିବା ଏ ବର୍ଷ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଅସିତ ପତି ପ୍ରକାଶ କରିଥିଲେ I ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଥିବା ସାହାଣୀ କପ ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ତଥା ମ୍ୟୁନିସିପାଲିଟିର ସମସ୍ତ ସାହାଯ୍ୟ ସହଯୋଗ ମିଳିବା ସହିତ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇସାରିଛି ବୋଲି ଫୁଟବଲ ସମ୍ପାଦକ ଅମର କୁମାର ସେଠୀ ଜଣାଇଛନ୍ତି I ଏହି ସାମ୍ବାଦିକ ସମ୍ମିଳନୀକୁ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ପରିଚାଳନା କରିଥିଲେ I