Img 20240924 Wa0280

ରାଜ୍ୟ ସ୍ତରୀୟ “ସାହାଣୀ କପ” ଫୁଟବଲ ଚମ୍ପିୟାନସିପ ପାଇଁ ମୟୁରଭଞ୍ଜ ଦଳ ଘୋଷିତ

State

ବାରିପଦା : ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ତଥା ଓଡିଶା ଫୁଟବଲ ଏସୋସିଏସନର ସହଯୋଗରେ ଆୟୋଜିତ ୬୩ ତମ ରାଜ୍ୟ ସ୍ତରୀୟ ଆନ୍ତଃ ଜିଲ୍ଲା ଫୁଟବଲ ଚମ୍ପିୟାନସିପ “ସାହାଣୀ କପ”- ୨୦୨୪ ବାରିପଦା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଚମ୍ପିୟାନସିପରେ ଅଂଶ ଗ୍ରହଣ କରିବା ପାଇଁ ମୟୁରଭଞ୍ଜର ୨୫ ଜଣିଆ ଦଳ ଘୋଷଣା ହୋଇଯାଇଛି I ଦଳରେ ବାଘରାଇ ହେମ୍ବ୍ରମ, ନାରଣ ମୁଣ୍ଡା, ବିଶାଲ ଟପ୍ପୋ, ପହଲା ହାଁସଦା, ସୀତାରାମ ବାସ୍କେ, ଧନଞ୍ଜୟ ସୋରେନ, ମାଝୀ ମାର୍ଣ୍ଡି, ମଙ୍ଗଲ ମାର୍ଣ୍ଡି, ସାଲାଇ ଟୁଡୁ, ସୁବ୍ରତ ଦାସ, ଗମେୟା ସାମାଡ଼, ମାନଚିତ୍ର ମାର୍ଣ୍ଡି, ଦୀନବନ୍ଧୁ ନାୟକ, ସୁମିତ କୁମାର, ମାଟୁ ଟୁଡୁ, ବିରସିଂ ନାଏକ, କାହ୍ନୁ ସୋରେନ, ହାମ୍ବିରା ହେମ୍ବ୍ରମ, ମହେଶ କୁମାର ହନ୍ନIଗା, ବିକ୍ରମ ମାଝୀ, ବିନ୍ଦୁ ହେମ୍ବ୍ରମ, ଠାକୁରା ମୁର୍ମୁ, ନୀଲେଶ ତିଗା ଓ ରାହୁଲ ସୋରେନ ସାମିଲ ଅଛନ୍ତି ଏବଂ ରବି ହେମ୍ବ୍ରମ ଦଳର କୋଚ ରହିଛନ୍ତି ବୋଲି ଫୁଟବଲ ସମ୍ପାଦକ ଅମର କୁମାର ସେଠୀ ପ୍ରକାଶ କରିଛନ୍ତି I ମୟୁରଭଞ୍ଜର ପ୍ରଥମ ମ୍ୟାଚ ଭଦ୍ରକ ସହିତ ଆସନ୍ତା କାଲି ୨୫ ତାରିଖ ଦିନ ଅପରାହ୍ନ ୩ ଟା ୪୫ମିନିଟ ରେ ରହିଛି ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସଙ୍କ ସୂତ୍ରରୁ ପ୍ରକାଶ I ଫାଓର ଉପ ସଭାପତି ଅସିତ ପତି, ବରିଷ୍ଠ ଫୁଟବଲ ଖେଳାଳି ଯାଦୁନାଥ ମାଝୀ, ନନ୍ଦଲାଲ ମହାପାତ୍ର, କୈଳାସ ବେହେରା, କୁମାର ପଣ୍ଡା, ମଣ୍ଟୁ ଦା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ପ୍ରକାଶ ଥାଉକି ୧୮ ବର୍ଷ ତଳେ ବାରିପଦା ଷ୍ଟାଡିୟମରେ ଖେଳା ଯାଇଥିବା ସାହାଣୀ କପରେ ମୟୁରଭଞ୍ଜ ଫାଇନାଲ ମ୍ୟାଚରେ କଟକ ଠାରୁ ୧ – ୦ ଗୋଲରେ ପରାସ୍ତ ହୋଇ ରନର୍ସ ଅପ ହୋଇଥିଲା ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I