Img 20240924 Wa0323

କୃତୀ ଶିକ୍ଷକ ଙ୍କ ନାମ ଫଳକ ଉନ୍ମୋଚିତ

State
  • ପୁରସ୍କାର ପଛରେ ଦୈଡନାହିଁ ପୁରସ୍କାର ତୁମପଛରେ ଦୈଡ଼ୁ

ବାରିପଦା : ବେତନଟୀ ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ବେତନଟୀ ବ୍ଳକ୍ ର ୨ଜଣ କୃତୀ ଶିକ୍ଷକଙ୍କ ନାମ ଫଳକ ଉନ୍ମୋଚିତ ହୋଇଛି। ସେମାନେ ହେଲେ ସ୍ବର୍ଗତ ସନ୍ତୋଷ କୁମାର ପଣ୍ଡା ଓ ରାଇକମା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ୍ କୁମାର ଜେନା lଉଦଘାଟକ ତଥା ମୁଖ୍ୟ ଅତିଥି ବିପ୍ଲବ କର , ବି.ଇ.ଓ. ବେତନଟୀ କୃତୀଶିକ୍ଷକଙ୍କ ନାମଫଳକ ପ୍ରଦର୍ଶନ ଦ୍ୱାରା ଆଗାମୀ ପିଢିର ଶିକ୍ଷକ/ଶିକ୍ଷୟିତ୍ରୀ ଅନୁପ୍ରେଣିତ ହେବାର ଆଶା ପୋଷଣ କରିଥିଲେ । ମୁଖ୍ୟବକ୍ତା ରୂପେ ରାଜ୍ୟ କୃତୀ ଶିକ୍ଷକ ସଂଗଠନର ସଂପାଦକ ସଚ୍ଚିଦାନନ୍ଦ ମହାନ୍ତି ତାଙ୍କ ବକ୍ତବ୍ୟରେ ଶିକ୍ଷକଗଣ ପୁରସ୍କାର ପଛରେ ନ ଦୈଡି ଉତ୍ତମ ଶିକ୍ଷାଦାନ ସହ ସୁକାର୍ଯ୍ୟ କଲେ ପୁରସ୍କାର ତାଙ୍କ ପଛରେ ଦୈଡିବ ବୋଲି କହିଥିଲେ । ଜିଲ୍ଲା ସଭାପତି ଶଶିଧର ବିଶ୍ୱାଳ କାର୍ଯ୍ୟକ୍ରମର ସଂଯୋଜନା କରିଥିଲା ବେଳେ ଉପଦେଷ୍ଟା ସନ୍ତୋଷ ମହାନ୍ତି, ସହ ସଂପାଦକ ସୁଦର୍ଶନ ପଣ୍ଡା ଆଦି ପ୍ରଥମ କରି ମୟୂରଭଞ୍ଜ ଜିଲ୍ଲାପରେ, ଜିଲ୍ଲାସଂଗଠନ ଜରିଆରେ ବିଭିନ୍ନ ବ୍ଲକରେ ଏଭଳି ନାମଫଳକ ଲାଗୁଥିବାରୁ ମୃତ କୃତୀ ଶିକ୍ଷକ ଓ କୃତୀ ଶିକ୍ଷକ ପରିବାରରେ ଏକ ନୂତନ ଉତ୍ସାହ ସୃଷ୍ଟି ହୋଇଥିବାର ଅନୁଭୂତି ବର୍ଣ୍ଣନା କରିଥିଲେ ।

ସମ୍ମାନୀତ ଅତିଥିଭାବେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା ଏହି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରି ରାଜ୍ୟ ଓ ଜିଲ୍ଲା ପୁରସ୍କୃତ ଶିକ୍ଷକ ସଂଗଠନର କର୍ମକର୍ତ୍ତାଗଣଙ୍କୁ ସାଧୁବାଦ ଜଣାଇଥିଲେ । ଅନ୍ୟାନ୍ୟ ଜିଲ୍ଲା ଓ ବ୍ଲକ୍ ର ବିଇଓ କାଯ୍ୟାଳୟରେ ଏଭଳି ନାମଫଳକ ପ୍ରତିଷ୍ଠା ହେଲେ ଯାଇ କୃତୀ ଶିକ୍ଷକଙ୍କପ୍ରତି ଉଚିତ୍ ସମ୍ମାନ ମିଳିପାରିବ ବୋଲି ପ୍ରକାଶ କରିଥିଲେ । ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଅଭାବ ଓ ତାଲିମ କାର୍ଯ୍ୟସୂଚୀର ପରିବର୍ତ୍ତନର ଦାବୀ ରଖିଥିଲେ ବରିଷ୍ଠ ସାମ୍ବାଦିକ ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ ଓଷ୍ଟାସଂଘ ମୟୂରଭଞ୍ଜର ଜିଲ୍ଲା ସମ୍ପାଦକ କିଶୋର କୁମାର ଆଚାର୍ଯ୍ୟ ପ୍ରଚଳିତ ଶିକ୍ଷାବ୍ୟବସ୍ଥାରେ କୃତୀଶିକ୍ଷକମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ ।ଉପସ୍ଥିତ କୃତୀ ଶିକ୍ଷକ ଅଜିତ୍ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।