Onn 3

ରକ୍ତରଞ୍ଜିତ ଶିମିଳିପାଳ ସୁରକ୍ଷା ପ୍ରସଙ୍ଗ, ୨୬ରେ ଲୋୟର ପିଏମଜିରେ ଗଣଧାରଣା: ଭଞ୍ଜସେନା

State

ଜୁଲାଇ ୬ତାରିଖ “ମୟୁରଭଞ୍ଜ ବନ୍ଦ” ପରିବର୍ତ୍ତେ ଜୁଲାଇ ୨୬ତାରିଖ ଭୁବନେଶ୍ୱର ଲୋୟର ପିଏମଜି ରେ ଗଣଧାରଣା :ଭଞ୍ଜସେନା

ବାରିପଦା: ଅଖଣ୍ଡ ମୟୁରଭଞ୍ଜ ର ମୁକୁଟ ଶିମିଳିପାଳ ଆଜି ଖୋଦ ତାର ରକ୍ଷକ ବନ୍ୟ ବିଭାଗର ଅବହେଳା ଓ ବନ୍ୟ କର୍ମଚାରୀଙ୍କ ମାତ୍ରାଧିକ ବେଆଇନ ଅର୍ଥ ରୋଜଗାର ର ନିଶା ଯୋଗୁଁ ଆଜି ଅବହେଳିତ |କେତେବେଳେ ବିରଳ କଳା ବାଘ ର ଶିକାର ତ କେତେବେଳେ ହାତୀ ହତ୍ୟା ତ ପୁଣି ମୂଲ୍ୟବାନ ତଥା ଔଷଧୀୟ ଗଛ କଟା ପୁଣି ତ କେତେବେଳେ ଶିକାରୀଙ୍କ ଦ୍ୱାରା ସୁରକ୍ଷାକର୍ମୀ ଙ୍କ ହତ୍ୟା, ଏପରି କ୍ରମାଗତ ଚାଲିବା ଦ୍ୱାରା ସଂମ୍ପୂର୍ଣ ଶିମିଳିପାଳ ଆଜି ରକ୍ତରଞ୍ଜିତ |

ଶିମିଳିପାଳ ର ସୁରକ୍ଷା ପାଇଁ ଦୀର୍ଘ ବର୍ଷ ଧରି କେବଳ ମୟୁରଭଞ୍ଜ ର ଏକମାତ୍ର ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ନିରବଛିନ୍ନ ଭାବେ ଦାବୀ ପତ୍ର ପ୍ରଦାନ, ଗଣ ଧାରଣା,ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ସୋସିଆଲ ମେଡ଼ିଆ ରେ ପ୍ଲାଗ୍ କାର୍ଡ ଅଭିଯାନ,୧୨ ଦିନ ପାଖାପାଖି ସମଗ୍ର ମୟୂରଭଞ୍ଜ ରେ ସଚେତନ ରଥ ସହ ସଂଗ୍ରାମୀ ଯୁବକ ଙ୍କ ଦ୍ଵାରା ପଦଯାତ୍ରା ସହିତ ଅନ୍ୟାନ୍ୟ ବହୁ ଉପାୟରେ ପ୍ରଚେଷ୍ଟା ଚାଲିଆସିଥିଲା । କିନ୍ତୁ ସରକାର ଙ୍କ ଉଦାସୀନତା ପାଇଁ ପୁଣି ଥରେ ଶିକାରୀଙ୍କ ଦ୍ୱାରା ଦ୍ଵିତୀୟ ହତ୍ୟା ଫରେଷ୍ଟର ସ୍ବର୍ଗତ ମାର୍ଥା ହାଂସଦା ଙ୍କ ରୂପରେ। ସେ ସମୟ ରେ ଭଞ୍ଜସେନା ପକ୍ଷରୁ ଶିମିଳିପାଳ କୁ ଅନୁଧ୍ୟାନ ରେ ଆସିଥିବା ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ମଧ୍ୟ ଯଶିପୁର ଠାରେ ଭଞ୍ଜସେନା ପକ୍ଷରୁ ଦାବୀ ପତ୍ର ପ୍ରଦାନ କରି ତୁରନ୍ତ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଅନୁରୋଧ କରାଯାଇଥିଲା ଏବଂ ଆଗାମୀ ପନ୍ଦର ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ଭଞ୍ଜସେନା ପକ୍ଷରୁ ଚଳିତ ଜୁଲାଇ ମାସ ୬ ତାରିଖ ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଥିଲା |

ଦାବୀପତ୍ର ଦିଆଯିବାର ଦିନଠାରୁ ଆଜି ପର୍ଯ୍ୟନ୍ତ ପୁଣି ଶିମିଳିପାଳ ଭିତରୁ ଏକ ଗଳିତ ମୃତ୍ୟ ଦେହ ଠାବ, ହାତୀ ଦାନ୍ତ ସହ ଶିକାରୀ ଠାବ, ବନ୍ଧୁକ ତିଆରି କାରଖାନା ଠାବ ସହ ଆସାମୀ ଗିରଫ ଏପରି ଅନେକ ଘଟଣା ଘଟିଯାଇଛି ପୁଣି ସେହି ସମୟ oଭିତରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଯୋଗେ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାର ପ୍ରତିଶୃତି ସବୁ କେବଳ କାଗଜ କଲମରେ ଦେଖାଯିବା। ଏବଂ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ କେବଳ ସମୁଦ୍ର କୁ ଶଙ୍ଖେ ପାଣି ଭଳି ସର୍ବନିମ୍ନ ୩୦ ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀ ବଦଳରେ “ଶିମିଳିପାଳ କୁ ମାତ୍ର ୩ ପ୍ଲାଟୁନ ସଶସ୍ତ୍ର ପୋଲିସବାହିନୀ” ଜଗିବାର ଘୋଷଣା, ମାତ୍ର ପାଖାପାଖି ୪0 ପ୍ରତିଶତ କର୍ମଚାରୀ ପଦବୀ ପୂରଣ ହେଉ କିମ୍ବା ବିସ୍ଥାପିତ ସମସ୍ୟା ହେଉ କିମ୍ବା ବିରଳ କଳା ମହାବଳ ବାଘ ବୃଦ୍ଧି ଯୋଜନା ହେଉ କିମ୍ବା କିପରି ସୁରକ୍ଷା କର୍ମୀ ନିଜେ ସୁରକ୍ଷା ସହ ରହି ଶିମିଳିପାଳ ଜଗିବା ହେଉ, ଆନ୍ଦୋଳନରତ ବନ କର୍ମଚାରୀ ଙ୍କ ଦାବୀ ପୂରଣ ହେଉ ଅଥବା ଶିମିଳିପାଳ ରେ ଥିବା ସମସ୍ତ ପ୍ରାଣୀଜଗତ ଓ ମୂଲ୍ୟବାନ ତଥା ଔଷଧୀୟ ଵୃକ୍ଷ କୁ ସୁରକ୍ଷା କଥା ହେଉ କିମ୍ବା ଶିକାରୀଙ୍କ ପାଇଁ ପଦା ହୋଇପଡିଥିବା ଜାଗାରେ ପ୍ରକୃତ ବୃକ୍ଷରୋପଣ କଥା ହେଉ ସେବାବଦରେ କୌଣସି ଘୋଷଣା ନହେବା ଆଉ ମୟୁରଭଞ୍ଜ ର ସୁପ୍ତ ଜନସାଧାରଣଙ୍କ ଯୋଗୁଁ ମୌନବ୍ରତ ଧାରଣ କରି ବସିଥିବା ନିର୍ବାଚିତ ପ୍ରତିନିଧି ଙ୍କ ପାଇଁ ଭଞ୍ଜସେନା ତାର ବିଶ୍ୱବିଖ୍ୟାତ ଶିମିଳିପାଳ ସୁରକ୍ଷା ଆନ୍ଦୋଳନ କୁ ଜୁଲାଇ ୬ ତାରିଖ “ମୟୁରଭଞ୍ଜ ବନ୍ଦ” ପରିବର୍ତ୍ତେ ଚଳିତ ଜୁଲାଇ ମାସ ୨୬ ତାରିଖ ଓଡ଼ିଶାର ରାଜଧାନୀ “ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ଉପରେ ଧାରଣା” ପ୍ରଦର୍ଶନ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଓଡ଼ିଶା ରାଜ୍ୟପାଳ ମହୋଦୟ ଏବଂ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଉଦ୍ୟେଶରେ ଦାବୀପତ୍ର ମଧ୍ୟ ପ୍ରଦାନ କରାଯିବ ଏବଂ ପୂର୍ବରୁ ଘୋଷଣା ହୋଇଥିବା “ଜୁଲାଇ ୬ ତାରିଖ ମୟୁରଭଞ୍ଜ ବନ୍ଦ” କାର୍ଯ୍ୟକ୍ରମ କୁ ବର୍ତ୍ତମାନ ବନ୍ଦ ରଖାଯାଇଛି ବୋଲି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜଣାଇଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |