Img 20240511 Wa0183

ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

State

ମୋଟ ୩,୪୭୭ ଗୋଟି ମାମଲା ଫଇସଲା

ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଦୌରା ଜଜ ଙ୍କ କାର୍ଯ୍ୟାଳୟ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ଲୋକ ଅଦାଲତ ରେ ମୋଟ ୧୦,୦୧୯ଗୋଟି ମାମଲା ମଧ୍ୟରୁ ୩,୪୭୭ ଟି ମାମଲା ର ଆପୋଷ ବିଚାର ହୋଇ ୫ କୋଟି ୧୨ ଲକ୍ଷ ୧୪ ହଜାର ୩୦୪ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣା ପଡିଛି | ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ପ୍ରି ଲିଟିଗେଶନ ସମ୍ୱନ୍ଧୀୟ ୬,୫୦୧ ଗୋଟି ମାମଲା ମଧ୍ୟରୁ ୫୫୬ ଟି ବ୍ୟାଙ୍କ ଋଣ ଆଦାୟ ମାମଲା ଫଇସଲା କରାଯାଇ ମୋଟ ୨ କୋଟି ୫୯ ଲକ୍ଷ ୮୫ ହଜାର ୬୨୭ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଛି | ସେହିପରି ବକେୟା ଥିବା ବିଭିନ୍ନ ଶ୍ରେଣୀ ଭୁକ୍ତ ୩,୫୧୮ ଗୋଟି ମାମଲାମଧ୍ୟରୁ କ୍ରିମିନାଲ କମ୍ପାଉଣ୍ଡେବଲ କେଶ ୧୦ ଟି , ଏନ ଆଇ ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୨୮ ଟି ମାମଲା, ବ୍ୟାଙ୍କ ଋଣ ଆଦାୟ ସମ୍ଭନ୍ଧୀୟ ୦୭ ଟି, ମୋଟର ଯାନ ଦୁର୍ଘଟଣା ମାମଲା ୦୭ ଟି, ବୈବାହିକ ସମ୍ୱନ୍ଧୀୟ(ବିବାହ ବିଚ୍ଛେଦ କୁ ବାଦ ଦେଇ ) ୫ଟି, ରାଜସ୍ବ ମାମଲା ୨,୭୦୭ ଟି, ଖାଉଟୀ ସୁରକ୍ଷା ବିବାଦ ଅନ୍ତର୍ଗତ ୦୧ ଟି, ଅନ୍ୟାନ୍ୟ ସାଧାରଣ ଜମି ଜମା ସମ୍ଭନ୍ଧୀୟ ୬୭ ଟି ଓ ଅନ୍ୟାନ୍ୟ ଅପରାଧିକ ଫୌଜଦାରୀ ମାମଲା ୮୯ ଗୋଟି ମାମଲା କୁ ମିଶାଇ ମୋଟ ୨,୯୨୧ ଗୋଟି ମାମଲା ଫଇସଲା କରାଯାଇ ମୋଟ ୨ କୋଟି ୫୨ ଲକ୍ଷ ୨୮ ହଜାର ୬୭୭ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି |

ଏହି ଦୁଇ ବର୍ଗର ମୋଟ ୧୦,୦୧୯ ଗୋଟି ମାମଲା ମଧ୍ୟରୁ ୩,୪୭୭ ଗୋଟି ମାମଲା ଫଇସଲା କରାଯାଇ ମୋଟ ଟ |୫,୧୨,୧୪,୩୦୪ ଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ସୂଚିତ ହୋଇଛି | ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଶିବାନୀ ଙ୍କ ତତ୍ତ୍ଵlବଧାନ ରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ଫାମିଲି କୋୖର୍ଟ ଜଜ ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି,ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ସତ୍ୟନାରାୟଣ ପାତ୍ର, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ବାସୁଦେବ ଆଚାର୍ଯ୍ୟ , ସିନିୟର ସିଭିଲ ଜଜ, ଏଲ ଆର ଟି ଭି |ଶ୍ରୀ ସୁଦାମ ଚରଣ ଦାସ, ସିନିୟର ସିଭିଲ ଜଜ ଶ୍ରୀ ନିହାର ରଞ୍ଜନ ସାହୁ,ଦ୍ଵିତୀୟ ଅତିରିକ୍ତ ସିଭିଲ ଜଜ ଶ୍ରୀମତୀ ବିଶ୍ୱକଳ୍ପିତା ମହାନ୍ତି, ଏସ ଡି ଜେ ଏମ ଶ୍ରୀମତୀ ସୁବାସିନୀ ବେହେରା ଓ ଜେ ଏମ ଏଫ ସି ଜଜ ମିସେସ ଜରିନ ଖାନ, ମିସ ଚେତନା ପଟ୍ଟନାୟକ, ମିସେସ ଶ୍ରୀପର୍ଣ୍ଣା ମହାପାତ୍ର ଓ ମିସ ଦୀପlଳୀ ଦାସ ଙ୍କ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଆଇନଜୀବୀ, ବିଭିନ୍ନ ରାଷ୍ଟ୍ରାୟତ/ଘରୋଇ ବ୍ୟାଙ୍କ ଅଧିକାରୀ, ବିଭିନ୍ନ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ | ରେଜିଷ୍ଟ୍ରାର ଶ୍ରୀ ଆଶିଷ କୁମାର ପରିଛାଙ୍କ ପରିଚାଳନା ରେ ଅନୁଷ୍ଠିତ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତ ସମସ୍ତଙ୍କ ସହଯୋଗ ରେ ଶୃଙ୍ଖଳାର ସହିତ ସୁଚାରୁ ରୂପେ ଅନୁଷ୍ଠିତ ହୋଇ ଥିଲା |