Img 20240511 Wa0231

ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

State

ବାରିପଦା : ମୟୂରଭଂଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଵଂ ପି. ଆର. ଏମ୍ ମେଡିକାଲ କଲେଜ ଓ ହସପିଟାଲର ନର୍ସିଂ ଅଫିସର୍ ସଙ୍ଘର ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି। ବାରିପଦା ରକ୍ତକେନ୍ଦ୍ରରେ ଗ୍ରୀଷ୍ମଋତୁ କାଳୀନ ରକ୍ତଭାବକୁ ଦୂର କରିବା ନିମନ୍ତେ ଏହା ଏକ ଯୁଗାନ୍ତକାରି ପଦକ୍ଷେପ। ଉକ୍ତ ଶିବରକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ବିଜୟ କୁମାର ଦାସ, ନର୍ସିଂ ସୁପରିଟେଣ୍ଡେଣ୍ଟ ଶ୍ରୀମତୀ ଯାଜ୍ଞସେନି ବେହେରା ଓ ଶ୍ରୀମତୀ କଳ୍ପନା ବେହେରା ଉଧ୍ଘାଟନ କରିଥିଲେ। ବାରିପଦା ରକ୍ତକେନ୍ଦ୍ର ଅଧିକାରୀ ଡକ୍ଟର ସୌମ୍ୟ ରଞ୍ଜନ ନାୟକ ଓ ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡକ୍ଟର ପ୍ରଣବ ଶଙ୍କର ଦାସ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରେ ଶ୍ରୀମତୀ ରୁଚିକା ଖୁରାନା, କୁମାରୀ ଛବି ମହାନ୍ତ, ଶ୍ରୀମତୀ ଶକୁନ୍ତଳା ପାଢ଼ୀ ଓ ଶ୍ରୀ ଜ୍ୟୋତି ପ୍ରକାଶ ଭୁଜବଳ ନିଜେ ରକ୍ତଦାନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଶିବିରରୁ ୬୦ ୟୁନିଟ ରକ୍ତ ସଗୃହୀତ ହୋଇଥିଲା। ବାରିପଦା ରକ୍ତକେଦ୍ରର କର୍ମଚାରୀ ତଥା ସମସ୍ତ ନର୍ସିଂ ଅଫିସର୍ ମାନଙ୍କ ମିଳିତ ଉଦ୍ୟମରେ ବହୁମାତ୍ରାରେ ନର୍ସିଂ ଅଫିସର୍ ଯୋଗଦନକରି ଏହି ରକ୍ତଦାନ ଶିବିରକୁ ସଫଳ କରିବା ସହିତ ସମଗ୍ର ମୟୂରଭଂଜବାସିଙ୍କ ନିମନ୍ତେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରତିଦିନ ହସ୍ପିଟାଲ କର୍ମଚାରୀ ଭାବେ କାର୍ଯ ସମ୍ପାଦନ କରି ରୋଗୀମାନଙ୍କ ଜୀବନ ବଞ୍ଚାଉଥିବା ବେଳେ ରକ୍ତଦାନ ପରି ମହତ୍ ଦାନ କରି ରୋଗୀମାନଙ୍କ ସେବା ନିମନ୍ତେ ନିଜ ଜୀବନକୁ ଉତ୍ସୁର୍ଗିକୃତ କରିଥିବା ଏହି ନର୍ସିଂ ଅଫିସର୍ ମାନେ ବାସ୍ତବରେ ପ୍ରଶଂସନୀୟ।