Photo1 For The News Of Waterproblem

ପ୍ରହସନ ପାଲଟିଛି ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ପାଣି ପାଇଁ ଡ଼ହଳ ବିକଳ ନିମପଲ୍ଲୀବାସୀ

State

ଆଗରପଡ଼ା :ସରକାର ଗ୍ରାମାଚଂଳରେ ବସବାସ କରୁଥିବା ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନାରେ କାଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚରେ ପ୍ରକଳ୍ପ ନିର୍ମାଣ ମଧ୍ୟ ହେଉଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇପାରୁନଥିବା ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଳା ବନ୍ତ ବ୍ଲକ ପଧାନପଡ଼ା ପଂଚାୟତରେ । ସୂଚନା ଅନୁଯାୟୀ;ପଧାନପଡ଼ା ପଂଚାୟତ ୧୧ନଂ ୱାର୍ଡ଼ ଅନ୍ତର୍ଗତ ନିମପଲ୍ଲୀବାସୀ ବିଶୁଦ୍ଧ ପାଣି ଟୋପେ ପାଇବା ପାଇଁ ଡ଼ହଳବିକଳ ହେଉଥିବା ଜଣାପଡ଼ିଛି । ଉକ୍ତ ଗ୍ରାମରେ ୨ ଶହରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି । ପଧାନପଡ଼ା ପଂଚାୟତରେ ନିର୍ମିତ ପାଣିଟାଙ୍କି କାର୍ଯ୍ୟକ୍ଷମ ହୋଇନଥିବାରୁ ଉକ୍ତ ଟାଙ୍କି ଉପରେ ନିର୍ଭର କରୁଥିବା ଗ୍ରାମବାସୀଙ୍କୁ ପାନୀୟ ଜଳ ମିଳିବା କଷ୍ଟକର ବ୍ୟାପାର ହୋଇପଡ଼ିଛି । ନିମପଲ୍ଲୀବାସୀଙ୍କ ପାଇଁ ନଳକୂପ ବସିଛି ସତ କିନ୍ତୁ ଉକ୍ତ କୂପରୁ ବିଶୁଦ୍ଧ ପାନୀୟ ଜଳ ବାହାରିବା ପରିବର୍ତ୍ତେ ଆଇରନ ଯୁକ୍ତ ହଳଦିଆ ପାଣି ବାହାରୁଥିବାରୁ ଏହା ପିଇବା ଉପଯୋଗୀ ହୋଇପାରୁ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଉକ୍ତ ନଳକୂପର ପାଣିକୁ କିଛି ସମୟ ରଖିଦେଲେ ପାଣିର ରଙ୍ଗର ପରୀବର୍ତ୍ତନ ହେଉଛି । ଅପରପକ୍ଷରେ ଏହିପରି ପରିସ୍ଥିତିରେ ଗ୍ରାମରେ ଥିବା ଅନ୍ୟ ଏକ ସରକାରୀ ନଳକୂପ ସାହୀବାସୀଙ୍କ ପାନୀୟ ଜଳର ସହାରା ପାଲଟିଛି । । ଉକ୍ତ ପଂଚାୟତରେ ଆର୍‌ଡ଼ବ୍ଲ୍ୟୁଏସ୍‌ଏସ୍ ପକ୍ଷରୁ କୋଟି କୋଟି ଟଙ୍କାରେ ନିର୍ମିତ ଆକାଶ ଚୁମ୍ବି ପାଣି ଟାଙ୍କିରୁ ମଧ୍ୟ ପାଣି ମିଳିପାରୁ ନାହିଁ ଫଳରେ ନିମପଲ୍ଲୀବାସୀ ପାଣି ଟୋପାଏ ପାଇଁ ସଂଘର୍ଷ କରୁଛନ୍ତି । ବିଭାଗ ଏବଂ ପଂଚାୟତ ପକ୍ଷରୁ ଅଚଳ ନଳକୂପକୁ ସଚଳ କରିବା ପାଇଁ କର୍ମଚାରୀ ନିଯୁକ୍ତି ପାଇଥିଳେ ସୁଦ୍ଧା ନିମପଲ୍ଲୀବାସୀଙ୍କ ସମସ୍ୟା ପ୍ରତି କେହିବି ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ନିମପଲ୍ଲୀବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳି ନପାରିବା ପ୍ରଶାସନିକ ଅଧିକାରୀ ଓ ଜନନେତାଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Photo2 For The News Of Waterproblem